Wed. Jul 15th, 2026

ଆମେଚର ତାଇକୋଣ୍ଡ ପକ୍ଷରୁ ପିତୃ ଦିବସ ପାଳିତ

581 Views

ଢେଙ୍କାନାଳ : ରବିବାର ଆମେଚର ତାଇକୋଣ୍ଡ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ଲେଖକ ସଂସଦ ସଭାଗୃହ ତଥା ପ୍ରଶିକ୍ଷଣ କେନ୍ଦ୍ରଠାରେ ପବିତ୍ର ପିତୃ ଦିବସ ପାଳନ ହୋଇଯାଇଅଛି । ଉକ୍ତ ଉତ୍ସବରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ପିତାମାନଙ୍କୁ ପୂଜାର୍ଚ୍ଚନା କରିବା ସହ ଓଡିଆ ରୀତିନୀତିରେ ପ୍ରଣାମ କରି ନିଜର ଉଜ୍ୱଳ ଭବିଷ୍ୟତ କାମନା ପାଇଁ ପିତାମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ ଓ ଏହି ଦିବସରେ ଅଭିଭାବକମାନେ ଯଥା ଶେଷଦେବ ରାଉତ, ଆଭାସ କୁମାର ବରାଳ, ଉମା ବଲ୍ଲଭ ମିଶ୍ର, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପିତୃଦିବସ ଉପରେ ଆଲୋକପାତ କରିଥିଲେ ।

ଉପଦେଷ୍ଟା ତଥା ପ୍ରଶିକ୍ଷକଙ୍କ ପିତା ଶ୍ରୀଯୁକ୍ତ ଅଥୟ କୁମାର ସାହୁ ପୁତ୍ରଙ୍କ ପାଇଁ ପିତା କିପରି ମୂଲ୍ୟବାନ ସେ ବିଷୟରେ ଉଦ୍ବୋଧନ ଦେଇଥିଲେ । ଶେଷରେ ସ୍ୱତନ୍ତ୍ର କେକ୍ କଟାଯିବା ସହ ସଂଗୀତ ଓ ନୃତ୍ୟ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ଅନୁଷ୍ଠାନର ସଂପାଦକ ତଥା ପ୍ରଶିକ୍ଷକ ଇଂ. ସୌମ୍ୟବ୍ରତ ସାହୁ ପିତାଙ୍କ ଗୁରୁତ୍ୱ ଜୀବନରେ କେତେ ମୂଲ୍ୟବାନ ଓ ଆବଶ୍ୟକ ସେ ବିଷୟରେ କହିବା ସହ ସମସ୍ତ ପିତାମାନଙ୍କୁ କହିଥିଲେ ଯେ, ତାଙ୍କ ପିଲାମାନଙ୍କ ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ । ତାହାଲେ ଆମେ ସୁସ୍ଥ ଓ ଶକ୍ତିଶାଳୀ ସମାଜ ଗଢିବାରେ ସହାୟକ ହେବା ।

ଏହି ଉତ୍ସବକୁ ସଫଳ କରିବା ପାଇଁ ଡାର୍ଲିନ୍ ଡାଲ୍ଟନ, ସୌମ୍ୟକାନ୍ତ ବେଉରା, ଶିବ ପ୍ରସାଦ ମିଶ୍ର, ପ୍ରଭାତ କୁମାର ବେହେରା, ସନ୍ଦୀପ ନାଏକ, ତନ୍ମୟ ସେନାପତି, ରାକେଶ ନାଏକ, ସୁଚିତ୍ର ବେହେରା, ଅଖିଲ୍ ପ୍ରଧାନ, ସ୍ମିତା ଷଡଙ୍ଗୀ, ଶୁଭଲକ୍ଷ୍ମୀ ପଣ୍ଡା, ସ୍ୱର୍ଣ୍ଣଲକ୍ଷ୍ମୀ ଓଝା, ନେହା ବାହାର, ଅମ୍ରିତା ସିଲ୍, ଭାରତୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରାଜେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related Post