Sun. Apr 26th, 2026

ଆମାଜନ୍‌ରେ ୯୯% ରିହାତିରେ ମିଳୁଛି ଜିନିଷ! ପଦାକୁ ଆସିଲା ସତ

198 Views

ଇଣ୍ଟରନେଟ୍‌ ମେସେଜିଂ ଆପ୍‌ ହ୍ଵାଟ୍‌ସଆପରେ ପୂର୍ବରୁ ବି ଏପରି ଅନେକ ମେସେଜ ଦେଖିବାକୁ ମିଳିଛି। ନିକଟରେ ଭାଇରାଲ୍‌ ହୋଇଥିବା ଏକ ହ୍ଵାଟ୍‌ସଆପ୍‌ ମେସେଜ୍‌ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିବେ। ଭାଇରାଲ୍‌ ହୋଇଥିବା ମେସେଜ୍‌ଟିରେ ଉଲ୍ଲେଖ କରାଯାଇଛି ଯେ ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ୍‌ରେ ୯୯% ରିହାତି ଦରରେ ସାମଗ୍ରୀ ସବୁ ମିଳୁଛି। ଏହି ମେସେଜ୍‌ଟି ଏବେ ହ୍ଵାଟ୍‌ସଆପ୍‌ରୁ ହ୍ଵାଟ୍‌ସଆପ୍‌କୁ ବୁଲିବାରେ ଲାଗିଛି। ଲୋକମାନେ ବାଇଆ ହୋଇ ଜିନିଷ ବରାଦ କରିବା ଉଦେଶ୍ୟରେ ଧାଇଁଛନ୍ତି। ମାତ୍ର ପ୍ରକୃତି କଥା ଟି ତ ଜାଣି ରଖନ୍ତୁ! କୌଣସି ଜିନିଷ ବରାଦ କରିବା ପୂର୍ବରୁ ଲିଙ୍କ୍‌ କିମ୍ବା ଲିଙ୍କ୍‌ ଖୋଲିବା ପରେ ପେଜ୍‌ରେ ଦିଆଯାଇଥିବା ‘ଆମାଜନ୍‌’ର ବନାନଟିକୁ ଭଲ କରି ପରିଖି ନିଅନ୍ତୁ। ବାସ୍ତବାରେ ‘ଆମାଜନ୍‌’ର ଇଂରାଜି ବନାବ ‘Amazon’ ହୋଇଥିବା ବେଳେ ଦିଆଯାଇଥିବା ଲିଙ୍କ୍‌ରେ ‘Amazonn’ ଲେଖାଯାଇଛି। ଲିଙ୍କ୍‌ ଉପରେ ଥରେ ଦୃଷ୍ଟି ନିକ୍ଷେପ କଲେ ସତ ଆପଣ ଆପଣାଛାଏଁ ଜାଣିଯିବେ।

ଆମାଜନ୍‌ ନାମରେ ଏପରି ନକଲି ମେସେଜ ପ୍ରଥମ ଥର ଆସିନାହିଁ। ବରଂ, ପୂର୍ବରୁ ବି ଅନେକ ଥର ଏପରି ଘଟିଛି। ୨୦୧୮ ମସିହା ନଭେମ୍ବର ମାସରେ ବି ଏପରି ଏକ ନକଲି ଭାଇରାଲ୍‌ ସେସେଜ୍‌ ଦେଖିବାକୁ ମିଳିଥିଲା। ଗ୍ରାହକମାନେ ଏପରି ଏକ ମେସେଜ ଦେଖି ବିଶ୍ୱାସ କରନ୍ତୁ ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇ ଥିଲା। ତେବେ, କିଏ ଓ କାହିଁକି ଏପରି କରୁଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ, କୌଣସି ହ୍ୟାକର୍‌ ଠକିବା ଉଦେଶ୍ୟରେ ଏପରି କରୁଥାଇ ପାରେ ବୋଲି ସନ୍ଦେହ କରାଯାଇପାରେ।

By amfnews

Related Post