Fri. Apr 24th, 2026

ଆପଣମାନେ କେନ୍ତା ଅଛନ୍‌? କହି ଭବାନୀପାଟଣାରେ ନିଜର ଅଭିଭାଷଣ ଆରମ୍ଭ କଲେ ମୋଦୀ

243 Views

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ। ତାସହିତ ‘ଆପଣମାନେ କେନ୍ତା ଅଛନ୍‌’ ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ସେ ଓଡ଼ିଶାର ବରପୂତ୍ରମାନଙ୍କୁ ସ୍ମରଣ କରିଥିଲେ।

ସେ କହିଛନ୍ତି ଯେ ଗତ ୫ ବର୍ଷ ହେବ ସେ ଗୋଟିଏ ଦିନ ବି ଛୁଟି ନ ନେଇ ଦେଶର ସେବା କରିବାର ପ୍ରୟାସ କରିଛନ୍ତି। ଓଡ଼ିଶାର ୮ ଲକ୍ଷ ଗରିବ ପରିବାରଙ୍କୁ କେନ୍ଦ୍ର ସରକାର ଘର ଯୋଗଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଠିକ୍‌ ସେହିପରି ଓଡ଼ିଶା୨୬ ଲକ୍ଷ ଘରେ କେନ୍ଦ୍ର ସରକାର ବିଦ୍ୟୁତ୍‌ ସଂଯୋଗ କରିଛନ୍ତି। ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ର ସଂଯୋଗ ମଧ୍ୟ କରିଛନ୍ତି କେନ୍ଦ୍ର ସରକାର। ଯାହା ଗତ ୭୦ ବର୍ଷ ମଧ୍ୟ ସମ୍ଭବ ହୋଇନଥିଲା ତାହା ଗତ ୫ ବର୍ଷ ମଧ୍ୟରେ ସମ୍ଭବ ହୋଇଛି। ଏହାର ଶ୍ରେୟ ଭଗବାନ ଜଗନ୍ନାଥ ଓ ଜନତାଙ୍କ ଆଶୀର୍ବାଦକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ୧ କୋଟି ୪୦ ଲକ୍ଷ ଲୋକଙ୍କର ବ୍ୟାଙ୍କ୍‌ରେ ଜମା ଖାତା ଖୋଲିଛନ୍ତି କେନ୍ଦ୍ର ସରକାର। ୩ ହଜାର ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ସଂଯୋଗ ହୋଇଛି। ଓଡ଼ିଶାରେ ୫୦ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି।

By amfnews

Related Post