Wed. Aug 12th, 2026

ଆପଣଙ୍କ ଫୋନ୍‌ ଟ୍ରାକ୍‌ ହେଉଛି କି? ଟ୍ରାଇକୁ କରିପାରିବେ ପ୍ରଶ୍ନ

423 Views

ନୂଆଦିଲ୍ଲୀ: ଅନେକ ସମୟରେ ଏପରି ରିପୋର୍ଟ ଦେଖିବାକୁ ମିଳେ ଯେ କାହା କହାର ଫୋନ୍‌ ଟ୍ରାକ୍‌ ହେଉଛି। ବିନା କାରଣରେ କାହାର ଗୋପନୀୟତା ଉପରେ ପ୍ରଶ୍ନ ଉଠିବା ପ୍ରସଂଗ ନିହାତି ସମ୍ବେଦନଶୀଳ। ଆପଣଙ୍କ ଫୋନ୍‌ ଟ୍ରାକ୍‌ ହେଉଛି କି ନାହିଁ ଜାଣିବା ପାଇଁ ସାଧାରଣତଃ ସେପରି କୌଣସି ସୂତ୍ର ନାହିଁ। ମାତ୍ର ଆପଣ ଚାହିଁଲେ ଟେଲିକମ୍‌ ରେଗୁଲେଟାରି ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)କୁ ଏ ସଂପର୍କରେ ପ୍ରଶ୍ନ ପଚାରି ପାରନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଆର୍‌ଟିଆଇ ଆକ୍ଟ, ୨୦୦୫ ଅଧୀନରେ ନାଗରିକମାନେ ସେମାନଙ୍କ ଫୋନ୍‌ କୌଣସି ସଂସ୍ଥା ଦ୍ୱାରା ଟ୍ରାକ୍‌ ହେଉଛି କି ନାହିଁ ଟ୍ରାଇକୁ ସିଧାସଳଖ ପଚାରି ପାରିବେ।

ନିକଟରେ ପ୍ରକାଶ ପାଇଥିବା ଏକ ସୂଚନା ମୁତାବକ, ସ୍ମାର୍ଟଫୋନ୍‌ରେ ଫୋନ୍‌ ଟ୍ରାକ୍‌ ହେବା ଖୁବ୍‌ ସହଜ। ଅନେକ ବିପଦପୂର୍ଣ୍ଣ ବିଜ୍ଞାପନ ଓ ଆପ୍‌ ଜରିଆରେ କେହି ଚାହିଁଲେ ଖୁବ୍‌ ସହଜରେ କାହାର ଫୋନ୍‌ ଟ୍ରାକ୍‌ କରିପାରନ୍ତି। ଆପଣ ଯାଉଥିବା ଯେକୌଣସି ଅଞ୍ଚଳରେ ଆପଣଙ୍କ ଫୋନ୍‌ ଟ୍ରାକ୍‌ ହୋଇପାରେ। ଥରେ ନୁହେଁ, ଦିନକୁ ପ୍ରାୟ୧୪ ହଜାର ଥର ଜଣେ ବ୍ୟକ୍ତିଙ୍କ ଫୋନ୍‌ ଟ୍ରାକ୍‌ କରାଯାଇ ପାରିବ। ଏଣୁ, , ସଂପର୍କରେ ଟ୍ରାଇକୁ ପ୍ରଶ୍ନ କରିବାର ସଂପୂର୍ଣ୍ଣ ଅଧିକାର ଆପଣଙ୍କ ନିକଟରେ ରହିଛି।

By amfnews

Related Post