Mon. Aug 31st, 2026

ଆପଣଙ୍କ ଆଖପାଖରେ ଥିବା ଏହି ସବୁ ଗଛରେ ରହିଛି ଅନେକ ଔଷଧୀୟ ଗୁଣ

794 Views

ଏହି ସବୁ ମୂଲ୍ୟବାନ୍‌ ଔଷଧୀୟ ଗଛ ଘରର ଆଖପାଖ, ବଗିଚା କିମ୍ବା କୌଣସି ସାଧାରଣ ପଡ଼ିଆରେ ମଧ୍ୟ ହୋଇଥାଏ। କିନ୍ତୁ ଏମିତି ହୋଇଥାଏ ଆମ ସାମନାରେ ଥିଲେ ମଧ୍ୟ ଆମେ ବେଳେ ବେଳେ ତାକୁ ଚିହ୍ନିପାରି ନ ଥାଉ ଓ ନଷ୍ଟ କରିଦେଉ। ଆୟୁର୍ବେଦ ଚିକିତ୍ସକ ଓ ଡାକ୍ତରଙ୍କ କହିବା ଅନୁସାରେ, ଜାଣନ୍ତୁ ଏହି ସବୁ ଗଛ ଓ ତା’ର ଔଷଧୀୟ ଗୁଣ ବିଷୟରେ।

ଅପାମାର୍ଗ : ବିଛା କାମୁଡ଼ିଲେ ଏହି ଗଛର ପତ୍ରର ରସ ଲଗାଇ ଏହାର ଚେରକୁ ଘଷିଲେ ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ଆରାମ ମିଳିଥାଏ। ଶ୍ୱାଶରୋଗୀ ଏହାର ଚୂର୍ଣ୍ଣ ସକାଳେ ଖାଲି ପେଟରେ ଖାଇଲେ ଫାଇଦା ମିଳିଥାଏ। ପଥୁରି ପାଇଁ ମଧ୍ୟ ଏହା ଖୁବ୍‌ ଲାଭଦାୟକ ହେବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।

ଦୁଦୁରା : ଏହି ଗଛର ଡାଳକୁ ନେଇ ସୋରିଷ ତେଲ ସହ ଗରମ କରି ଆଣ୍ଠୁରେ ମାଲିସ କଲେ ଗଣ୍ଠି ଦରଜ କମ୍‌ ହୋଇଥାଏ। ଏହାର ପତ୍ରକୁ ପାଣିରେ ଫୁଟାଇ କେଶରେ ଲଗାଇଲେ ଉକୁଣି ହୋଇ ନ ଥାଏ ଓ ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଦରଜ କମିଥାଏ।

ଅରକ: ଏହି ଗଛର ଚେର ବଥ, ଘାଆ ଆଦି ପାଇଁ ଅନେକ ଲାଭଦାୟକ ଅଟେ। ଏହାର ପତ୍ରକୁ ଗରମ କରି ତଳିପା’ରେ ବାନ୍ଧିଲେ ଦରଜ କମିଯାଏ। ପାଦ କିମ୍ବା ଦେହରେ କଣ୍ଟା ବା କାଚ ପଶିଯାଇଥିଲେ ଏହି ଗଛର କ୍ଷୀରକୁ ଲଗାଇବା ଦ୍ୱାରା ତାହା ଆପେ ଆପେ ବାହାରି ଯାଇଥାଏ।

By amfnews

Related Post