Sun. Aug 16th, 2026

ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବା ଅଭିନେତ୍ରୀ ଜୟାପ୍ରଦା ଏହି ରାଜନେତାଙ୍କ ଲାଗି ମନ ବଦଳାଇଥିଲେ

517 Views

ଲକ୍ଷ୍ନୌ :ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଜୟାପ୍ରଦା ଜଣାଶୁଣା ରାଜନେତା ଅମର ସିଂହଙ୍କୁ ନେଇ ଏକ ବୟାନ୍‌ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜୟାପ୍ରଦା କହିଛନ୍ତି ଯେ ଜୟାପ୍ରଦା ଅମର ସିଂହ ତାଙ୍କୁ ରାଜନୀତିରେ ଯୋଗ ଦେବାଲାଗି କହିଥିଲେ। ଅମର ସିଂହଙ୍କୁ ନିଜର ଗଡଫାଦର୍‌ ବୋଲି ମନେ କରନ୍ତି। କିନ୍ତୁ ଲୋକେ ତାଙ୍କୁ ନେଇ ନକାରାତ୍ମକ କଥା କହିଥାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଅମର ସିଂହଙ୍କୁ ଜୟପ୍ରଦା ରାଖି ବାନ୍ଧିଲେ ବି ଲୋକେ ସେମାନଙ୍କ ସଂପର୍କକୁ ନେଇ ଭଲକଥା କହିବେ ନାହିଁ। ଜୟାପ୍ରଦା ଏକ ସାହିତ୍ୟ ସଭାରେ ଏକଥା କହିଥିଲେ। ଜୟାପ୍ରଦା କହିଛନ୍ତି ଯେ ଜୀବନରେ ତାଙ୍କୁ ଅନେକ ଲୋକ ସହାୟତା କରିଛନ୍ତି। ତାଙ୍କୁ ଆଜମ୍‌ ଖାନ୍‌ଙ୍କ ସହିତ ନିର୍ବାଚନ ଲଢିବା ବେଳେ ଏସିଡ୍‌ ଆକ୍ରମଣ ଓ ମାରଣାନ୍ତକ ଆକ୍ରମଣର ବିପଦ ଥିଲା।

ସେହି ସମୟରେ ଜୟାପ୍ରଦା ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ଠିକ୍‌ ସେହି ସମୟରେ ଜୟାପ୍ରଦାଙ୍କୁ ସାହସ ଦେଇଥିଲେ ଅମର ସିଂହ। ଜୟାପ୍ରଦା କହିଲେ ଯେ ସେ ଯଦି ଅମର ସିଂଙ୍କୁ ରାଖି ବାନ୍ଧନ୍ତି, ତଥାପି ଲୋକେ ତାଙ୍କୁ ନେଇ ଖରାପ କଥା କହିବା ବନ୍ଦ କରିବେନି। ମୁଲାୟମ ସିଂହ ଯାଦବ ତାଙ୍କୁ ସହାୟତା କରି ନଥିବା ବେଳେ ଅମର ସିଂହ ତାଙ୍କ ପଛରେ ଠିଆ ହୋଇ ରହିଆସିଛନ୍ତି।

By amfnews

Related Post