Mon. Sep 21st, 2026

ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ମୃତ

367 Views

ନୂଆଦିଲ୍ଲୀ  :  ଆମେରିକାର ଟେକସାସ୍‌ର ମିଡ୍‌ଲ୍ୟାଣ୍ଡ୍‌ ନିକଟ ଓଡେଶା ଅଞ୍ଚଳରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୧ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସର କହିବା ଅନୁସାରେ, ଗତକାଲି  ଦୁଇ ଜଣ ଆତତାୟୀ ପ୍ରଥମେ  ଏକ ଟ୍ରକ୍‌କୁ ହାଇଜ୍ୟାକ୍‌  କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ  ଜଣେ ଆତତାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମାସରେ  ଆମେରିକାର ଟେକସାସ୍‌ ଓ  ଅହିୟାରେ ଦୁଇଟି ଭିନ୍ନ ଭିନ୍ନ ଗୁଳିମାଡ଼ ଘଟଣାରେ  ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ୪୦ରୁ ଅଧିକ  ଲୋକ ଆହତ ହୋଇଥିଲେ।

By amfnews

Related Post