Thu. May 14th, 2026

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ୍‌ ଅଫିସରଙ୍କ ପରିବାର

349 Views

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ୍‌ ଅଫିସରଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୁଲୱାମା, ଅନନ୍ତନାଗ ଓ କୁଲ୍‌ଗାମ୍‌ ଜିଲ୍ଲାରେ ରହୁଥିବା ପୁଲିସ୍‌ କର୍ମଚାରୀଙ୍କ ଘର ଭିତରକୁ ପ୍ରବେଶ କରି ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରିଥିଲେ। ଅପହରଣ ହୋଇଥିବା ପରିବାର ଲୋକଙ୍କ ମଧ୍ୟରେ ଜଣେ ପୁଲିସ୍‌ ଅଫିସରଙ୍କ ଭାଇ ଓ ଅନ୍ୟ ଜଣେ ଆଉ ଏକ ପୁଲିସ୍‌ ଅଫିସରଙ୍କ ପୁଅ ଅଛନ୍ତି। ଏହା ପୂର୍ବରୁ ବୁଧବାର ତ୍ରାଲ ଅଞ୍ଚଳରେ ଜମ୍ମୁ ଓ କାଶ୍ମୀରର ଜଣେ ପୁଲିସ୍‌ କର୍ମଚାରୀଙ୍କ ପୁଅକୁ ଅପହରଣ କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ଲଗାତାର ଭାବେ ପୁଲିସ୍‌ ଓ ଭାରତୀୟ ସେନା କମ୍ବିଂ ଅପରେସନ ଜାରି ରଖିଥିବାରୁ ଆତଙ୍କବାଦୀମାନେ ଏଭିଳି କରିଥିବା ସୂଚନା ମିଳିଛି। ଏହାସହ ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କ ଘରେ ପୁଲିସ୍‌ ପକ୍ଷରୁ ରେଡ୍ କରାଯାଉଥିବାରୁ ଆତଙ୍କବାଦୀ ଏବେ ପୁଲିସ୍‌ ପରିବାରକୁ ଟାର୍ଗେଟ କରୁଛନ୍ତି।  ୨୮ ବର୍ଷ ପରେ ପୁଣି ଥରେ ଆତଙ୍କବାଦୀ ମାନେ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିଛନ୍ତି।

By amfnews

Related Post