Fri. Jul 3rd, 2026

ଆଜି ସୁରଟ ଯାଉଛନ୍ତି ନବୀନ, ରୁପାନୀ ଆସୁଛନ୍ତି ଓଡ଼ିଶା

371 Views

ଆୟୁଷ୍ମାନକୁ ନେଇ ବିଜେଡି, ବିଜେପି ତୁ ତୁ ମେଁ ମେଁ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗୁଜୁରାଟର ସୁରଟ ଗସ୍ତରେ ଯାଉଛନ୍ତି। ସେଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବେ। ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ।

ସେପଟେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଓଡିଶା ଆସୁଛନ୍ତି। ରାଫେଲ ପ୍ରସଙ୍ଗରେ େଦଇଥିବା ସୁପ୍ରିମକୋର୍ଟଙ୍କ ରାୟ ପରିେପ୍ରକ୍ଷୀରେ େସ ଏଠାରେ ସାମ୍ବାଦିକ ସମ୍ମିଳନୀ କରିବେ।
ଉଭୟ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା େଜାର ଧରିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ େନଇ ବିେଜପି-ବିେଜଡି ତୁ ତୁ େମଁ େମଁ ଆରମ୍ଭ େହାଇଯାଇଛି। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟାକ୍ଷ କରିଛନ୍ତି େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ଆଯୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗୁ କରୁନାହାଁନ୍ତି। ଏଥିପାଇଁ ଯଦି ସବୁଠାରୁ ବଡ କ୍ଷତି କିଏ ସହୁଛି ତାହାହେଲେ ସିଏ ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ। ସୁରଟରେ ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମର ସବୁଠାରୁ ଅଧିକ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି। େସ ଅହଂକାର ଛାଡି ସୁରଟ ସମେତ ଦେଶ ତମାମ କାମ କରୁଥିବା ଶ୍ରମଜୀବୀ ଓଡିଆଙ୍କ ମାଗଣା ସ୍ୱାସ୍ଥ୍ୟସେବା କଥା ଚିନ୍ତା କରନ୍ତୁ। ଭୋଟ ଲାଳସା ଛାଡନ୍ତୁ, ସୁରଟ ତଥା ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଦେଖନ୍ତୁ ବୋଲି ସେ କହିଛନ୍ତି।

ବିେଜଡି ଏହାର ଜବାବ େଦଇଛି। ଗଣମାଧ୍ୟମରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ପ୍ରତିଜବାବ େଦଇ କହିଛନ୍ତି, ପ୍ରବାସୀ ଓଡିଆମାନେ ଯଦି ଓଡିଶାରେ ଚିକିତ୍ସିତ ହେବେ ବା ଯେଉଁଠି ରହୁଛନ୍ତି ସେଠି ଚିକିତ୍ସିତ ହେବେ ରାଜ୍ୟ ସରକାର ଯେଉଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ସେଥିରେ ସେମାନେ ସୁବିଧା ପାଇପାରିବେ। ଏସମ୍ପର୍କରେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ନେବାର ବିଜେଡିର ନାହିଁ। ଆମେ ଜାଣିଛୁ ଆମର କର୍ତ୍ତବ୍ୟ କଣ। ଓଡିଶା ସରକାର ଏଦିଗରେ କାର୍ଯ୍ୟରତ ଓ ସଚେତନ ଅଛି ବୋଲି ଶ୍ରୀ ଦେବ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଓଡ଼ିଶା େଫରିବେ େବାଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜୟ ରୂପାନୀ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀ କରିବେ ଓ ପରେ ପ୍ରତ୍ୟାବର୍ତନ କରିବେ।

By amfnews

Related Post