Thu. Aug 13th, 2026

ଆଜି ସରିବ କଟକ ବାଲିଯାତ୍ରା, ବଲିଉଡ୍ ଷ୍ଟାର କେକେଙ୍କୁ ନେଇ ଜମିଲା ମଞ୍ଚ

192 Views

କଟକ: କଟକର ଐତିହାସିକ ବାଲିଯାତ୍ରା ଆଜି ୮ ଦିନ ଅତିକ୍ରାନ୍ତ କରିଛି। ୮ମ ସଂଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ.କେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ବାଲିଯାତ୍ରା ପଡିଆରେ ଆଜି ଅପେକ୍ଷାକୃତ କମ୍‌ ଭିଡ଼ ରହିଥିଲେ ବି ବିଭିନ୍ନ ଷ୍ଟଲରେ ଭଲ କିଣାବିକା ହୋଇଥିଲା। ଆସନ୍ତାକାଲି ବାଲିଯାତ୍ରା ଉଦ୍‌ଯାପିତ ହେବାକୁ ଯାଉଛି। ଆଜି ପଡ଼ିଆରେ କେ.କେଙ୍କ ସୋ ସାଙ୍ଗକୁ ପଥ ଉତ୍ସବ ଏବଂ ଆଲୋଚନାଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସକାଳେ ଅନୁଷ୍ଠିତ ପଥ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନକୁ ଦାସ ଲୋକାର୍ପିତ କରିଥିଲେ। ଅନ୍ୟପଟେ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ତଥା ସାମାଜିକି ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିଲେ।

ବାଲିଯାତ୍ରାର ଓରମାସ ଜାତୀୟ ପଲ୍ଲିଶ୍ରୀ ମେଳାରେ ଗତକାଲି ୧ କୋଟି ୮୯ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରାରେ ଆରମ୍ଭ ହୋଇଥିବା ମହାନଦୀରେ ନୌବିହାରର ମଜା ନେବାକୁ ଲୋକଙ୍କ ପ୍ରବଳ ଭିଡ ଜମିଛି। ଆସନ୍ତାକାଲି ପ୍ରଥମାଷ୍ଟମୀ ଛୁଟି ଥିବା ବେଳେ ବାଲିଯାତ୍ରା ଶେଷ ହେଉଥିବାରୁ ପଡିଆରେ ଅପେକ୍ଷାକୃତ ଅଧିକ ଭିଡ଼ ହେବାର ଆଶା କରାଯାଉଛି। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୫ଟି ଅଧିକ ଗାଡ଼ି ଷ୍ଟାଣ୍ଡ କରାଯାଇଥିବାବେଳେ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ସୁସଂଗତ କରାଯାଇଛି।

By amfnews

Related Post