Sun. Apr 26th, 2026

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

208 Views

ଭୁବନେଶ୍ୱର  : ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ  ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ତେବେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତି ଗୋଟାଏରୁ ମନ୍ଦିର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା। ଏହାପରେ ଭୋର ଦୁଇଟାରୁ ସର୍ବସାଧାରଣଙ୍କ ଦର୍ଶନ ଓ ଜଳଲାଗି କରାଯାଇଥିଲା।

ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥିତ ଢଙ୍ଗରେ କାଉଡ଼ିଆମାନେ କିପରି  ଶିବଙ୍କ ଦର୍ଶନ କରି ପାରିବେ, ସେଥିଲାଗି ଝୁଲାପୋଲଠାରୁ ଆରମ୍ଭ କରି  ମନ୍ଦିର ବେଢା ଯାଏ ସବୁଠି ବ୍ୟାରିକେଟ୍‌ କରାଯାଇଛି। ଏଥିସହ ଝୁଲାପୋଲ ପୂର୍ବରୁ ବାହୁଙ୍ଗି ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।mahadeb

ସେହିପରି ବାଲେଶ୍ୱର ଜିଲ୍ଲାର ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ କାନ୍ଧରେ କାଉଡ଼ି ଓ ତୁଣ୍ଡରେ ବାବାଙ୍କ ନାମ ଉଚ୍ଚାରଣ କରି ପଞ୍ଚଲିଙ୍ଗେଶ୍ୱରଙ୍କ ପାଖକୁ ଆସିଛନ୍ତି।

ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣି ଧାମରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି। ରାତି ୧୨ଟାରୁ ପହଡ଼ ଖୋଲା ଯାଇ ସ୍ୱତନ୍ତ୍ର ରୀତିନୀତି ପରେ ଜଳାଭିଷେକ ଆରମ୍ଭ ହୋଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଟ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।monday

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଓ ଗୋଲାମୁଣ୍ଡା ଅଞ୍ଚଳରେ ଭିନ୍ନ ଢଙ୍ଗରେ କାଉଡିଆମାନେ ମହାଦେବକଙ୍କୁ ଜଳାଭିଷେକ କରିଛନ୍ତି। ଆଜି ଶେଷ ସୋମବାର ହୋଇଥିବାରୁ ମାନସିକ ପୂରଣ ନିମନ୍ତେ କାଉଡ଼ିଆମାନେ ମନ୍ଦିରରୁ ପ୍ରାୟ ୨ ରୁ ୫ କିମି ଦୂରରେ ଥିବା ଜଳାଶୟରୁ ଜଳ ଆଣି ଅଣ୍ଟାରେ ବାନ୍ଧି ଗୁରୁଣ୍ଡି ଗୁରୁଣ୍ଡି ଜଳାଭିଷେକ କରିଛନ୍ତି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ ଦେବଗିରି ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗିଛି। ବିଭିନ୍ନ ସ୍ଥାନରୁ ହଜାର ହଜାର କାଉଡ଼ିଆ ଏଠାକୁ ଆସି ଜଳାଭିଷେକ କରିଛନ୍ତି।sonpur

ସୋନପୁର ସହରର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ବେଶ ଭିଡ ଦେଖିବାକୁ ମିଳିଛି। ସକାଳୁ ସକାଳୁ କାଉଡିଆମାନେ ମହାନଦୀ ସ୍ୱର୍ଣ୍ଣ ପ୍ରାୟାଗ ଘାଟରୁ ଜଳ ଉଠାଇ ଅଷ୍ଟଶମ୍ଭୁଙ୍କ ପୀଠରେ ଜଳଲାଗି କରିଛନ୍ତି। ତେବେ କିଛି କାଉଡ଼ିଆ ନିଆରା ଡଙ୍ଗରେ ତେଲନଦୀର ବ୍ରାହ୍ମଣୀ ଘାଟରୁ ମୋଟର ଟ୍ୟୁବରେ ବସି ଦୀର୍ଘ ୪୦ କିମି ଜଳ ପଥରେ ପହଞ୍ଚି ବାବା ରାମେଶ୍ୱରଙ୍କଠାରେ ଜଳଲାଗି କରିଛନ୍ତି। ଜଳ ହିଁ ଜୀବନ ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ୧୦ ଘଣ୍ଟାରୁ ଅଧିକ ସମୟ ଧରି ୬ଜଣ ବୋଲବମ ଭକ୍ତ ନଦୀ ସୁଅରେ ଆସି ଜନସଚେତନତା ସୃଷ୍ଟି କରିଛନ୍ତି।

By amfnews

Related Post