Mon. May 20th, 2024

ଆଜି ମିଳିତ ପ୍ରାଥମିକ ଶିକ୍ଷକ ସଂଘର ମହାସମାବେଶ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

By amfnews Sep 9, 2018
176 Views

ଭୁବନେଶ୍ୱର, ୦୯ସେପ୍ଟେମ୍ବର:

ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ଦିନ ଭୁବନେଶ୍ୱର ଠାରେ ମହାସମାବେଶ କରାଯିବା ସହିତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ମହାସଂଘର ଆବାହକ ବଙ୍କିମ ଚନ୍ଦ୍ର ସାଗର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଗତ ୬ ତାରିଖରେ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ୬ ଦଫା ଦାବି ନେଥ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବିଗୁଡ଼ିକ ଦୀର୍ଘ ୯ ମାସ ମଧ୍ୟରେ ମହାସଂଘ ଆଲୋଚନା ମାଧ୍ୟମରେ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଂଚିପାରୁ ନଥିବାରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ପ୍ରାୟ ୨ଲକ୍ଷ ଶିକ୍ଷକ ରବିବାର ଗଣତାନ୍ତ୍ରିକ ଉପାୟରେ ସମାବେଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତି ହୋଇଛି ।

+୨ ସିଟି ଶିକ୍ଷକଙ୍କୁ ୨୮୦୦ ଗ୍ରେଡ୍ ପେ ପ୍ରଦାନ, ଓଡ଼ିଶା କନିଷ୍ଠ ଶିକ୍ଷକଙ୍କ ଦରମାରେ ୨୫% ବୃଦ୍ଧି ସହିତ ତା ୧.୧.୨୦୧୬ରୁ ଏରିୟର ପ୍ରଦାନ, ବାର୍ଷିକ ୧୦% ଇନକ୍ରିମେଂଟ ପ୍ରଦାନ, ନିୟମିତ ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡ଼ର ପଦବୀ ଉଚ୍ଛେଦ ପୂର୍ବକ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଖେଳ ଶିକ୍ଷକଙ୍କର ୬ ବର୍ଷିୟା ପଲିସ୍ ନିର୍ଦ୍ଧାରଣ କରିବା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଷୟଭିତିକ ଶିକ୍ଷକ ନିଯୁକ୍ତି ଓ ଦରମା ପ୍ରଦାନ, ନୂତନ ପେନ୍ସନ ପ୍ରତ୍ୟାହାର ପୂର୍ବକ ପୁରୁଣା ପେନ୍ସନ ପୁନଃ ପ୍ରଚଳନ କରିବା ଆଦି ପ୍ରମୁଖ ଦାବିରେ ଶିକ୍ଷକ ସଂଘ ଆନ୍ଦୋଳନ ଜାରୀ ରଖିଛି ।

By amfnews

Related Post