Mon. Aug 17th, 2026

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଲ୍ଲୀ ଗସ୍ତ

234 Views

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ମାସରେ ଉଗାଣ୍ଡା ରାଜଧାନୀ କାମ୍ପାଲାଠାରେ ୬୪ ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଠକରେ ସବୁ ରାଜ୍ୟର ବିଧାନସଭା ବାଚସ୍ପତିମାନେ ଯୋଗଦେବେ। ରାଜ୍ୟଗୋଷ୍ଠୀ ସମ୍ମିଳନୀ ବୈଠକ ସମ୍ପର୍କରେ ସୂଚନା ପାଇଁ ୨୮ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୋଗଦେବାକୁ ଆସନ୍ତାକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିଲ୍ଲୀ ଗସ୍ତ କରିବେ। ବାଚସ୍ପତି ଶ୍ରୀ ପାତ୍ରଙ୍କ ସହ ଏକ ପଦାଧିକାରୀ ଦଳ ମଧ୍ୟ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ଏହାବ୍ୟତୀତ ଆସନ୍ତା ୨୯ ତାରିଖରେ ଅର୍ଥନୈତିକ ଅଭିବୃଦ୍ଧି ଓ ଜାତୀୟ ସଂହତି ସମ୍ପର୍କିତ ଏକ ସମ୍ମିଳନୀରେ ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର ଯୋଗଦେବେ।

By amfnews

Related Post