Sat. Apr 25th, 2026
824 Views

ବାଲେଶ୍ବର/ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସ˚ସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ‘ପ୍ରଳୟ’ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ହେବାକୁ ଯାଉଛି। ଏଥିପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବହୁ ବୈଜ୍ଞାନିକ ଏଠାରେ ଆସି ପହଞ୍ଚିଛନ୍ତି। ପାଗ ଅନୁକୂଳ ରହିଲେ ବଙ୍ଗୋପସାଗର ପୂର୍ବ ଉପକୂଳ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପର ୪ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ମଧୢରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୈାଶଳରେ ନିର୍ମିତ ଏହି ସ୍ବଳ୍ପ ଦୂରଗାମୀ ଆ˚ଟି ବାଲାଷ୍ଟିକ୍‌ ମିସାଇଲର ଓଜନ ୧ ଟନ୍‌ ହୋଇଥିବାବେଳେ ପାରମ୍ପରିକ ଅସ୍ତ୍ର ବହନ କରିପାରୁଥିବା ଏହି ମିଶାଇଲର ଓଜନ ୫ ଟନ୍‌। ଏହା ୩୫୦ରୁ ୪୦୦ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

By amfnews

Related Post