Sun. Sep 6th, 2026

ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ

201 Views

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଉଭୟ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହେବ । ମହାରାଷ୍ଟ୍ରର ୨୮୮ଟି ଆସନ ଲାଗି ହୋଇଥିବା ଭୋଟ ଗଣତି ପାଇଁ ୨୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ହରିଆଣାରେ ୯୦ଟି ଆସନ ଲାଗି ଭୋଟ୍‌ ଗଣତି କରାଯିବ।

ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ୧୪ରୁ ୨୦ ଟେବୁଲ ରହିବ। ପୋଲିଂ ବୁଥ୍ ସଂଖ୍ୟାକୁ ଦେଖି ଗଣତି ଟେବୁଲ ନିର୍ଦ୍ଧାରଣ ହେବ। ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ୨ ଜଣ ସହଯୋଗୀ ଏବଂ ୩ ଜଣ ଗଣତି ଅଧିକାରୀ ରହିବେ। ପ୍ରତି  ନିର୍ବାଚନ ମଣ୍ଡଳୀରୁ ୫ଟି ଭିଭିପ୍ୟାଟ୍ ମେସିନକୁ ପ୍ରଥମେ ଗଣତି କରାଯିବ। ଭିଭିପାଟ ରସିଦ ସହିତ ଭୋଟ୍ ସଂଖ୍ୟା ମିଳାଇବା ପରେ ପୋଷ୍ଟାଲ ବାଲାଟ ଗଣାଯିବ । ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ବିଭିନ୍ନ ସଂସ୍ଥାର ଏକ୍‌ଜିଟ୍ ପୋଲ ଆକଳନ କରିଛନ୍ତି।

By amfnews

Related Post