Sun. Oct 4th, 2026

ଆଜି ନୀଳ କନ୍ଦରକୁ ବିଜେ କରିବେ ଶ୍ରୀଜିଉ

222 Views

ପୁରୀ : ଆଜି ନୀଳ କନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ଭ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇଥିଲା। ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା।

ଘୋଷଯାତ୍ରା ବେଳେ ରଥରେ ରହୁଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି -ଚାମଣ୍ଡାଙ୍କ ଉଦ୍ଦେଶ୍ୟର ଏହି ପଣା ଉତ୍ସର୍ଗ କରାଯାଇଥାଏ । କ୍ଷୀର, ସର, ଛେନା, କଦଳୀ, ଛାଚି ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ଏହି ପଣା ପ୍ରସ୍ତୁତ କରାଯାଇଥାଏ। ପଣା ଲାଗି ସମସ୍ତ ସାମଗ୍ରୀ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ।

By amfnews

Related Post