Fri. Jul 3rd, 2026

ଆଜି ତିନି ରଥକୁ କରାଯିବ ଦକ୍ଷିଣ ମୋଡ଼

184 Views

ପୁରୀ : ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ।  ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ।

ଗତକାଲି ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ମହାଲକ୍ଷ୍ମୀ ହସଂପଟାର କିଛି ଅଂଶ ଭାଙ୍ଗିଥିଲେ।  କାରଣ ରଥଯାତ୍ରା ଦିନ ସାଙ୍ଗରେ ଆଣି ନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଆସିଥିଲେ। ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ମହାପାତ୍ର ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିଥିଲେ। ଏହାପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ମୋହଚୂର୍ଣ୍ଣ ଦେଇ ବିମୋହିତ

କରିଥିଲେ।  ପରେ ନନ୍ଦିଘୋଷ ରଥର ହସଂପଟାର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ଦେଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟପକ୍ଷରେ ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହେରାପଞ୍ଚମୀ ନୀତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା।

By amfnews

Related Post