Sat. Jul 4th, 2026

ଆଜି କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

308 Views

କୋରାପୁଟ , ଫେବୃଆରୀ 5 : ଦୀର୍ଘଦିନ ରୁ କୋରାପୁଟ ଜିଲ୍ଲାର କୋଟିଆ ନାମକ ଗାଁ କୁ ଆନ୍ଧ୍ର ସରକାର ନିଜ ଅକ୍ତିଆରରେ ନେବା ପାଇଁ ଚିନ୍ତା କରୁଥିବା ବେଳେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ସୁଚନା ଅନୁସାରେ ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବେ ଆନ୍ଧ୍ର ସରକାର । ଓଡ଼ିଶା ସରକାର କୋଟିଆ ଅଚଂଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ତେଣୁ ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ  ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ଦେଓମାଳି ଛକରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତା, କୋଟିଆରେ ନିର୍ମାଣ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ, କ୍ଲଷ୍ଟର ଗୃହ, ସ୍କୁଲ ଗୃହ, ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଆଦିକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

By amfnews

Related Post