Wed. Jul 1st, 2026

ଆଜିଠୁ ଭୁବନେଶ୍ୱରରୁ ବାରାଣସୀ ବିମାନ ଚଳାଚଳ

287 Views

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ। ଇଣ୍ଡିଗୋ ଏଟିଆର-୭୨ ଆଜି ରାତି ୯ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ୯ଟା ୪୫ରୁ ଉଡ଼ାଣ ଆରମ୍ଭ କରିବ। ରାତି ୧୧ଟା ୪୦ରେ ବାରାଣସୀରେ ପହଞ୍ଚିବ।

ଏହି ବିମାନରେ ମୋଟ୍ ୭୨ ଜଣ ଯାତ୍ରୀଙ୍କ  ଯାତ୍ରା ପାଇଁ ସୁବିଧା ରହିଛି। ଦୁଇ ପର୍ଯ୍ୟଟନ ସହର ମଧ୍ୟରେ ବିମାନ ସେବା ଲାଗି ଦୀର୍ଘଦିନରୁ ଦାବି ହେଉଥିବା ବେଳେ ଆଜି ଏହା ସାକାର ହେବାକୁ ଯାଉଛି।

By amfnews

Related Post