Fri. May 15th, 2026

ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍

197 Views

ଭୁବନେଶ୍ୱର : ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ ପ୍ରଚଳନ କରିବା ବେଆଇନ୍।

କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋ ଡିଗ୍ରେଡବଲ୍ ବା ମାଟିରେ ମିଶି ପାରୁଥିବା କ୍ୟାରି ବ୍ୟାଗ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କ୍ୟାରି ବ୍ୟାଗ୍ ବ୍ୟବହାର ହୋଇପାରିବ ନାହିଁ।

ସେହିପରି ୨୦୦ ମିଲିଲିଟରଠାରୁ କମ୍ ପରିମାଣର ପାଣି ବୋତଲ ଉପରେ କଟକଣା ଲାଗିଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଥାଳି, କପ୍,ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ପାଉଚ୍ ସହ ଥର୍ମୋକୁଲ ସାମଗ୍ରୀ ବି ବ୍ୟବହାର ପାଇଁ ମନା ହୋଇଛି। ତେବେ କ୍ଷୀର ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ।

By amfnews

Related Post