Fri. Sep 4th, 2026

ଆଜିଠୁ ଚାଲିବ ଭଞ୍ଜପୁର-ବାରିପଦା-ପୁରୀ ସାପ୍ତାହିକ ଟ୍ରେନ୍‌

466506979
211 Views

ସୂଚନା ଅନୁସାରେ, ଗୁରୁବାର ରାତି ୧୧.୫୦ରୁ ଏହି ଟ୍ରେନ୍‌ ଭଞ୍ଜପୁର ଷ୍ଟେସନରୁ ପୁରୀ ଅଭିମୁଖେ ବାହାରିବ ଏବଂ ଶୁକ୍ରବାର ରାତି ୧୧.୫୫ରେ ପୁରୀ ଷ୍ଟେସନ ଛାଡ଼ିବ। ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ୫ଟି ଅଣ ସଂରକ୍ଷିତ ସାଧାରଣ ବଗି, ୫ଟି ସଂରକ୍ଷିତ ସ୍ଲିପର ବଗି ରହିଛି। ସ୍ଲିପର ବଗିରେ ଭଞ୍ଜପୁର ଓ ବାରିପଦାରୁ ଭୁବନେଶ୍ବର ଓ ପୁରୀକୁ ୩୧୫ ଟଙ୍କା ଭଡ଼ା, ଅଣ ସଂରକ୍ଷିତ ବଗିରେ ଭଞ୍ଜପୁରରୁ ଭୁବନେଶ୍ବର ୧୧୫ ଟଙ୍କା ଓ ବାରିପଦାରୁ ପୁରୀକୁ ୧୩୫ ଟଙ୍କା ଭଡ଼ା ରହିଛି। ଏ ନେଇ ସୂଚନା ଦେଇଛି ଦକ୍ଷିଣ-ପୂର୍ବ ରେଳ ବିଭାଗ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ସମାନ ରୁଟ୍‌ରେ ଚଳାଚଳ କରୁଥିଲା। ତେବେ ଅନ୍ୟ ଲାଇନ୍‌ରେ ସ୍ବତନ୍ତ୍ର ଟ୍ରେନ୍‌ର ଆବଶ୍ୟକତା ପଡ଼ିବାରୁ ୨୦୧୮ ମସିହା ସେପ୍ଟେମ୍ବର ୩୦ ତାରିଖରୁ ଏହାକୁ ବନ୍ଦ କରି ଦେଇଥିଲା ରେଳ ବିଭାଗ। ତେବେ ମୟୂରଭଞ୍ଜରୁ ପୁରୀ ସଂଯୋଗ କରୁଥିବା ଏହା ଏକମାତ୍ର ଟ୍ରେନ୍‌ ହୋଇଥିବାରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ର ପୁନଃ ଚଳାଚଳ ପାଇଁ ଜିଲ୍ଲାବାସୀ ଦାବି କରିଆସୁଥିଲେ।

By amfnews

Related Post