Wed. Jul 29th, 2026

ଆଜିଠୁ କୋଣାର୍କ ମହୋତ୍ସବ, କୋଭିଡ କଟକଣା ମଧ୍ୟରେ ହେବ ପାଳନ

386 Views

ଭୁବନେଶ୍ୱର, ଡିସେମ୍ବର 01: ଆଜିଠୁ କୋଣାର୍କ ମହୋତ୍ସବ  ।  ଏହି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ଆଜିଠୁ ଆରମ୍ଭ ହୋଇ 5 ତାରିଖ ଯାଏଁ ଚାଲିବ । ଏଥିପାଇଁ ସଜେଇ ହୋଇଛି କୋଣାର୍କ ସହର । କୋଭିଡ କଟକଣା ମଧ୍ୟରେ ପାଳନ ହେବ ଏହି ମହୋତ୍ସବ ।

କୋଣାର୍କ ମହୋତ୍ସବରେ ୨୦ରୁ ଉର୍ଦ୍ଧ୍ୱ ବାଲୁକା କଳା ପ୍ରଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ସୁନାମଧନ୍ୟ ବାଲୁକାଶିଳ୍ପୀ ଆସିବେ  । ପ୍ରତିବର୍ଷ ଦେଶ ଓ ବିଦେଶରୁ ଅନେକ ଶିଳ୍ପୀ ଆସୁଥିଲେ ମଧ୍ୟ କୋଭିଡ ପାଇଁ ଏଥର ବାରଣ କରାଯାଇଛି । ଏହି ବାଲୁକା କଳା ମହୋତ୍ସବ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ପରିଚାଳିତ ହେବ। ଏହା ସହିତ ମୁକ୍ତାକାଶ ରଙ୍ଗମଞ୍ଚ କୋଣାର୍କରେ ନୃତ୍ୟ ପରିବେଷଣ ପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚକୁ ସଜାଯାଇଛି। ଭୁବନେଶ୍ୱର ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗମଞ୍ଚ ତଥା କୋଣାର୍କ ସହରର ପ୍ରତିଟି କାନ୍ଥକୁ କଳା କାରିଗରିରେ ଅଙ୍କା ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରୁଟ ମ୍ୟାପ କରାଯାଇଥିବା ବେଳେ ଟ୍ରାଫିକ୍ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏଥର କରୋନା କଟକଣା ପାଇଁ ମୀନାବଜାର ଓ ଯାତ୍ରାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

By amfnews

Related Post