Sun. May 12th, 2024

ଆଜିଠାରୁ ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ, ସକାଳୁ ଖୋଲିଛି ଅତ୍ୟାବଶ୍ୟକ ସାମଗ୍ରୀ

By amfnews May 5, 2021 #Featured
197 Views

ଭୁବନେଶ୍ବର, ମେ ୦୫ :

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟବ୍ୟାପୀ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେଉଛି। ଆସନ୍ତା ମେ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ। ଏହାଛଡା ଏହି ଲକଡାଉନ ସହ ଶନିବାର ଓ ରବିବାର ସଟଡାଉନ ମଧ୍ୟ ଜାରି ରହିବ।

୧୪ ଦିନିଆ ଲକଡାଉନ ଅବଧି ମଧ୍ୟରେ ରାଜ୍ୟରେ ବିଭିନ୍ନସ୍ଥାନରେ ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୬ଟାରୁ ଦିନ ୧୨ଟା ଯାଏଁ କ୍ଷୀର ଓ ଆମିଷ ଦୋକାନ ଖୋଲିପାରିବେ । ଅତ୍ୟାବଶ୍ୟକ ସେବା ଭାବରେ ହସ୍ପିଟାଲ, ନର୍ସିଂହୋମ, ଟେଲିମେଡିସିନ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ଗ୍ୟାରେଜ ଓ ଗାଡି ମରାମତି ଦୋକାନ ମଧ୍ୟ ଖୋଲା ରହିବ । ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ, ଇଲେକ୍ଟ୍ରିସିଆନ, ମଟର ମେକାନିକ, ପାଇପ ମିସ୍ତ୍ରୀ ସେବା ଜାରି ରହିବ ।

ସେହିପରି ୧୪ ଦିନିଆ ଲକଡାଉନ୍ ସମୟରେ ଜାରି ରହିବ ଅନଲାଇନ ଓ ହୋମଡେଲିଭରି ସେବା ଜାରି ରହିବ । ହୋଟେଲ, ରେଷ୍ଟୁରାଂଟ, ଢାବାରୁ ପାର୍ସଲ ନେବା ପାଇଁ ଅନୁମତି ମିଳିଛି । ବ୍ୟାଙ୍କ, ଏଟିଏମ ସେବା ଚାଲୁ ରହିବ । ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଆମ୍ବୁଲାନ୍ସ ଚଳାଚଳ କରିପାରିବ । କରୋନା ଟିକାକରଣ ଜାରି ରହିବ ଓ କରୋନା ଟେଷ୍ଟିଂକୁ ଅନୁମତି ଦିଆଯାଇଛି ।

ସେପଟେ କଟକଣା ଲାଗିଥିବା ସେବା ମଧ୍ୟରେ ଯାତ୍ରୀବାହୀ ବସ ଚଳାଚଳ, ଅଟୋ ରିକ୍ସା ଓ କ୍ୟାବ ଚଳାଚଳ ରହିଛି । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟର ବନ୍ଦ ରହିବ ।

ସିନେମା ହଲ, ମଲ, ଜିମ୍, ସୁଇମିଂପୁଲ, ପାର୍କ ଓ ବାର ବି ବନ୍ଦ ରହିବ । ସେହିପରି ଯାତ୍ରା, ଅପେରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ । ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ । ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିଛି । ସମସ୍ତ ପ୍ରକାର ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ମଧ୍ୟ ୧୪ ଦିନିଆ ଲକଡାଉନ ସମୟରେ ବନ୍ଦ ରହିବ ।

By amfnews

Related Post