Wed. Aug 12th, 2026

ଆଜିଠାରୁ ଭଦ୍ରକରେ କଡ଼ାକଡ଼ି ହେଲା ନିୟମ

257 Views

ଭଦ୍ରକ: ଆଜିଠାରୁ ଭଦ୍ରକରେ କଡ଼ାକଡ଼ି ହେଲା ହେଲମେଟ୍ ଓ ମାସ୍କ ଚେକିଙ୍ଗ। ପାସ୍ ନ ଥିବା ବାଇକ ଚାଳକଙ୍କ ଉପରେ ପୁଲିସର କଡ଼ା ନଜର। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ୧୨ଜଣଙ୍କଠାରୁ ଏହି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୩୧ ହଜାର ଟଙ୍କାର ଚାଲାଣ କଟାଯାଇଛି ।

ଏଣେ ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଅପପ୍ରଚାର ଚଳାଇଥିବା ଜଣେ ବ୍ୟକ୍ତିଙ୍କୁ ଭଦ୍ରକ ପୁଲିସ ଗିରଫ କରିଛି।  ଭଦ୍ରକ ଜିଲ୍ଲାପାଳ ଦେଇଥିବା ନିର୍ଦେଶ ଅନୁଯାୟୀ, ଜିଲ୍ଲାର କୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ସହରରେ ଅଧିକ ଲୋକ ଗହଳି ହେଲେ, ପୁଲିସ ଚଢାଉ ଜୋରଦାର କରିବ। ସେହିପରି କୋଲକାତା ଫେରନ୍ତା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲପାଳ ନିର୍ଦେଶ ଦେଇଥିବା ଜଣାଯାଇଛି।

ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ମେଡକାଲ କେଶରେ ଯେଉଁମାନେ ରାସ୍ତାକୁ ଓହ୍ଲାଉଛନ୍ତି, ସେମାନଙ୍କ ଲାଗି ପାସ୍ ଦରକାର ନାହିଁ। ସେମାନେ କେବଳ ଚିକିତ୍ସା ସଂପର୍କୀତ ନଥିପତ୍ର ଦେଖାଇ ନିର୍ଭୟରେ ଯାତ୍ରା କରିପାରିବେ।

By amfnews

Related Post