Sun. Aug 16th, 2026

ଆଗାମୀ ୪୮ ଘଣ୍ଟାରେ ବିଶ୍ୱବ୍ୟାପୀ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେବାର ସମ୍ଭାବନା

365 Views

ନୂଆଦିଲ୍ଲୀ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ଡୋମେନ୍‌ ସର୍ଭର୍‌ଗୁଡ଼ିକର ନିୟମିତ ମରାମତି କରାଯିବା ନିମନ୍ତେ ସ୍ଥିର କରାଯାଇଥିବାରୁ ବିଶ୍ୱବ୍ୟାପୀ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନେଟ୍‌ଓ୍ଵାର୍କ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହୋଇ ପାରନ୍ତି।

ଏକ ରୁଷୀୟ ଗଣମାଧ୍ୟ ରିପୋର୍ଟ ଅନୁସାରେ, ମୁଖ୍ୟ ସର୍ଭର୍‌ଗୁଡ଼ିକ ଏବଂ ସେସବୁ ସହ ସମ୍ପୃକ୍ତ ନେଟ୍‌ଓ୍ଵାର୍କ ଭିତ୍ତିଭୂମିର କିଛି ସମୟ ପାଇଁ ବନ୍ଦ ରହିବା କାରଣରୁ ବିଶ୍ୱବ୍ୟାପୀ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନେଟ୍‌ଓ୍ଵାର୍କ କନେକ୍‌ସନ୍‌ ଫେଲ୍‌ଓ୍ଵର୍‌ର ସମ୍ମୁଖୀନ ହେବେ

‘ଇଣ୍ଟର୍‌ନେଟ୍‌ କର୍ପୋରେସନ୍‌ ଅଫ୍‌ ଆସାଇନ୍‌ଡ୍‌ ନେମ୍‌ସ୍‌ ଆଣ୍ଡ୍‌ ନମ୍ବର୍ସ (ଆଇସିଏଏନ୍‌ଏନ୍‌) ଏହି ସମୟ ମଧ୍ୟରେ ଇଣ୍ଟର୍‌ନେଟ୍‌ର ଆଡ୍ରେସ୍‌ ବୁକ୍‌ ବା ଡୋମେନ୍‌ ନେମ୍‌ ସିଷ୍ଟମ୍‌କୁ ସୁରକ୍ଷା ଦେବାରେ ସହାୟକ ହେଉଥିବା କ୍ରିପ୍‌ଟୋଗ୍ରାଫିକ୍‌ କି’ ପରିବର୍ତ୍ତନ କରି ମରାମତି କାମ କରିବ। ବଢ଼ି ଚାଲିଥିବା ସାଇବର୍‌ ଆକ୍ରମଣକୁ ମୁକାବିଲା କରିବାକୁ ଏହା ଅପରିହାର୍ଯ୍ୟ ବୋଲି ‘ଆଇସିଏଏନ୍‌ଏନ୍‌’ କହିଛି।

ତେଣୁ ଆସନ୍ତା ୪୮ ଘଣ୍ଟା ଯାଏ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ େଓ୍ଵବ୍‌ପେଜ୍‌ ଆକ୍ସେସ୍‌ କରିବା କି, କୌଣସି ଟ୍ରାନ୍‌ଜାକ୍‌ସନ୍‌ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇ ପାରନ୍ତି।

By amfnews

Related Post