Thu. May 14th, 2026

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉଗ୍ରତର ହେବ ସାମୁଦ୍ରିକ ବାତ୍ୟା ‘ମହା’

357 Views

ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ମହା’ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅତି ଉଗ୍ର ବାତ୍ୟା ପାଲଟିବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ କହିଛି। ଏହାର ପ୍ରଭାବରେ ଲାକ୍ଷାଦ୍ୱୀପର ଅଧିକାଂଶ ଜାଗାରେ ୨୪ ଘଣ୍ଟା ଧରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଗୁରୁବାର ଦିନ ସେଠାରେ ପ୍ରବଳ ବର୍ଷା ହୋଇଥିଲା।

ଗୁରୁବାର ପାଣିପାଗ ବିଭାଗ ଦେଇଥିବା ବିବରଣୀରେ କୁହାଯାଇଥିଲା କି, ବାତ୍ୟା ‘ମହା’ ଯୋଗୁଁ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ ଦକ୍ଷିଣ ତାମିଲନାଡୁ କେତେକ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି। ମୁମ୍ବାଇରେ ମଧ୍ୟ ସେହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ବିନା ବର୍ଷାରେ ସହର ଅଳ୍ପ କେତେ ଦିନ ଆକାଶ କାଉଁଳିଆ ରହିବ।

By amfnews

Related Post