Sat. Jul 4th, 2026

ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହେବ !

310 Views

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନରେ ମେଣ୍ଟ ହେବାର ସଫଳ ପ୍ରୟାସ ହେଉଥିବା ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହି ପ୍ରୟାସରେ ସଫଳ ହେଉଥିବା କୁହାଯାଉଛି। ଏ ସଂପର୍କରେ ନିକଟରେ ଦେବେନ୍ଦ୍ର ଫଡନଭିସ ମେୟରଙ୍କ ବଙ୍ଗଳାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ସାକ୍ଷାତ କରି ମେଣ୍ଟ ସଂପର୍କରେ ଆଲୋଚନା କରିଛନ୍ତି। ଏଥିରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିବା କୁହାଯାଉଛି।
ଶିବସେନାର ଲୋକସଭାରେ ସଂପ୍ରତି ୧୮ ଜଣ ସଦସ୍ୟ ଅଛନ୍ତି। ଏହି ସାଂସଦମାନେ ଚାହୁଁଛନ୍ତି ଯେ ଭାଜପା ଓ ଶିବସେନା ମିଶିକରି ନିର୍ବାଚନ ଲଢନ୍ତୁ। କାରଣ ତା’ନହେଲେ ଗତ ବିଧାନସଭା ନିର୍ବାଚନ ଭଳି ଶିବସେନା କ୍ଷତିଗ୍ରସ୍ତ ହେବ। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ କୌଣସି ମୁହୂର୍ତ୍ତରେ ଭାଜପା-ଶିବସେନା ମେଣ୍ଟ ସଂପର୍କରେ ଘୋଷଣା ହୋଇପାରେ।ତେବେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ସେ ସ୍ପଷ୍ଟଭାବେ କହିଛନ୍ତି। କିନ୍ତୁ ଶିବସେନା ରାଜ୍ୟରେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ସପକ୍ଷରେ ଥିବା କୁହାଯାଉଥିଲ।

By amfnews

Related Post