Sun. Apr 28th, 2024

ଆଗାମି କିଛିଦିନ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା

rout.subhashree22@gmail.com' By Subhashree Rout Apr 7, 2018 #Featured
212 Views

ଗତକାଲି ରାତିରେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବହୁ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଯାଇଛି । ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିଥିଲା । ଯାହାଫଳରେ ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ତେବେ କାଳବୈଶାଖୀ ବର୍ଷା ଫଳରେ ବହୁ ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ସୂଚନା ମଧ୍ୟ ରହିଛି । ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Related Post