Sun. Sep 13th, 2026
270 Views

ଖଲ୍ଲିକୋଟ :  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାନନୂଆଗାଁରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ଧାନ ବସ୍ତା ସହ ୪ ପାଳଗଦା ଜଳିଗଲା । ବିଦ୍ୟୁତ୍‌ ଖୁଣ୍ଟରେ ସର୍ଟ ସର୍କିଟ ଯୋଗୁଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଁର ଇନ୍ଦ୍ର ପ୍ରଧାନ, ବିଦେଶୀ ପ୍ରଧାନ, ହରଷ ପ୍ରଧାନ ଓ  ରମେଶ ପଲେଇଙ୍କ ଖଳା ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରେ ସ୍ପାର୍କ ହୋଇଥିଲା। ଫଳରେ ଖଳାରେ ଥିବା ପାଳ ଗଦା ଉପରେ ନିଆଁ ପଡିଥିଲା। ଏହି ନିଆଁ ଆଖି ପିଛୁଳାକେ ନିକଟରେ ଥିବା ସମସ୍ତ ପାଳଗଦାକୁ  ବ୍ୟାପିଯାଇଥିଲା l ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ ।

ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ମଟରରେ ତ୍ରୁଟି ଦେଖାଯିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା।  କିଛି ସମୟ ପରେ ମଟର ଚାଲିବା ବେଳକୁ ସଵୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ପୋଡ଼ି ହୋଇଯାଇଥିବା ଧାନ କେତେ ପରିମାଣର ତାହା ସ୍ପଷ୍ଟ ହୋଇନଥିବା ଜଣାପଡିଛି l

By amfnews

Related Post