Sun. May 19th, 2024

ଆଖି ପକ୍ଷରୁ ମାନସିକ ବିକୃତ ବ୍ୟକ୍ତିଙ୍କୁ ସହାୟତା

rklsanchar@gmail.com' By J.N. Pradhan Jun 18, 2018 #Featured
211 Views

ରାଉରକେଲା, ୧୮/୬ : ସାମାଜିକ ସଙ୍ଗଠନ ଆଖି ପକ୍ଷରୁ ମାନସିକ ବିକୃତ ଯୁବକଙ୍କୁ ସହାୟତା ପ୍ରଦାନ କରାଯାଇଛି । ଆଖିର ସଭାପତି ଅବିନାଶ ହୋତା, ଉପସଭାପତି ନିର୍ମଳ ପାଲ, ସମ୍ପାଦକ ରୁଦ୍ରନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ଚିନ୍ମୟ ସାମଲ, ଅଶୋକ ସାହୁ, ଦୀପକ ନାୟକ, ସାଜନ ତିୱାରୀ, ଦେବବ୍ରତ ସୁନାନି ଓ ଜିତୁ ପ୍ରଧାନ ପ୍ରମୁଖ ଆଜି ପୂର୍ବାହ୍ନରେ ଆମ୍ବାଗାନ ସ୍ଥିତ ଅଶୋକ ଦାସ ନାମକ ମାନସିକ ବିକୃତ ବ୍ୟକ୍ତିଙ୍କୁ ଖିଅର କରାଇ ସ୍ନାନ କରାଇଥିଲେ ।ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଭୋଜନ କରାଇଥିଲେ ।

ଅଶୋକଙ୍କ ପୁଅମାନେ ଇଞ୍ଜିନିୟରିଂ ପାଠପଢି ବାହାରେ ଚାକିରୀ କରୁଥିବା ସୂଚନା ମିଳିଛି । କିନ୍ତୁ ସେମାନେ ତାଙ୍କୁ ଅବହେଳା କରୁଥିବା ଆଖିର ସଦସ୍ୟମାନେ କହିଛନ୍ତି । ତେବେ ପିଲାମାନଙ୍କ ଅବହେଳା କାରଣରୁ ସେ ମାନସିକ ଭାରସାମ୍ୟ ହରାଇଥିବା ଆଖିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ତେଣୁ ମାନସିକ ବିକାର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସଭାପତି ଅବିନାଶ ହୋତା ସୂଚନା ଦେଇଛନ୍ତି ।

Related Post