Sat. Apr 25th, 2026

ଆକାଶପଥ ପରେ ଭାରତ ପାଇଁ ରେଳପଥ ବନ୍ଦ କଲା ପାକିସ୍ତାନ

170 Views

ନୂଆଦିଲ୍ଲୀ  : ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସରକାର ଏବେ ଭୀଷଣ ବିଚଳିତ ହୋଇପଡ଼ିଛନ୍ତି। ଗତକାଲି ଭାରତ ସହ କୂଟନୀତିକ ଓ ବାଣିଜ୍ୟକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ରେଳ ପଥ ମଧ୍ୟ ବନ୍ଦ କରିଦେଇ ଥିବା ସୂଚନା ମିଳିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସକୁ ଇସ୍‌ଲାମାବାଦ ପକ୍ଷରୁ ବନ୍ଦ କରିଦିଆଯାଇଛି। ପୂର୍ବ ସୂଚନା ନ ଦେଇ ପାକିସ୍ତାନ ସରକାର ସମଝୌତା ଏକ୍ସପ୍ରେସର ଚଳାଚଳକୁ ବନ୍ଦ କରିଥିବାରୁ ଶହଶହ ଯାତ୍ରୀ ୱାଘା ବର୍ଡରରେ ଅଟକ ରହିଛନ୍ତି। ପାକିସ୍ତାନ ସରକାର ଆଜି ସମଝୌତା ଏକ୍ସପ୍ରେସରେ ନିଜ ଦେଶର ଡ୍ରାଇଭର ଓ ଗାର୍ଡଙ୍କୁ ଯିବାକୁ ମନା କରିଦେଇଛି।

ଏହି ଘଟଣା ଉପରେ ଅଟ୍ଟାରୀ ଅନ୍ତରାଷ୍ଟ୍ରୀୟ ରେଲୱେ ଷ୍ଟେସନ ସୁପରିନଟେଣ୍ଡେଣ୍ଟ ଅରବିନ୍ଦ କୁମାର ଗୁପ୍ତା କହିଛନ୍ତି, “ଆଜି ପାକିସ୍ତାନରୁ ସମଝୌତା ଏକ୍ସପ୍ରେସ ଭାରତ ଆସିବାର ଥିଲା। କିନ୍ତୁ ପାକିସ୍ତାନ ସରକାର ଏହାର ଚଳାଚଳ ବନ୍ଦ କରିଥିବା ସୂଚନା ଦେଇଛନ୍ତି। ଏଥିସହ ଟ୍ରେନ୍‌ରେ ଥିବା ଭାରତୀୟ ଡ୍ରାଇଭର ଓ କ୍ରୁ ମେମ୍ବରମାନଙ୍କୁ ନେଇ ଫେରିଯିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ପାକିସ୍ତାନ ସରକାର ଭାରତ ପାଇଁ ତାଙ୍କର ୩ଟି ଆକାଶ ପଥ ବନ୍ଦ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ସୋମବାର ଓ ଗୁରୁବାର ସମଝୌତା ଏକ୍ସପ୍ରେସ ଯାତାୟାତ କରୁଥିଲା।

By amfnews

Related Post