Mon. Sep 28th, 2026

ଆକବରଙ୍କ ଅଡୁଆ ବଢ଼ିଲା: ସିଏନ୍‌ଏନ୍‌ ମହିଳା ସାମ୍ବାଦିକା ଜବରଦସ୍ତ ଚୁମ୍ବନ ଦେବା ଅଭିଯୋଗ ଆଣିଲେ

359 Views

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ ଆକବରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୁଣି ତାଙ୍କ ନାମରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଆଉ ଜଣେ ସାମ୍ବାଦିକା। ଆମେରିକାରେ ଅବସ୍ଥାପିତ ସିଏନ୍‌ଏନ୍‌ର ଜୈନକା ସାମ୍ବାଦିକା କହିଛନ୍ତି ଯେ ସେ ଇଂରାଜୀ ଦୈନିକ ‘ଏସିଆନ୍‌ ନ୍ୟୁଜ୍‌’ରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ସମୟରେ ତତ୍କାଳୀନ ସଂପାଦକ ଏମ୍‌.ଜ ଆକ୍‌ବର୍‌ ଜୋର୍‌ ଜବରଦସ୍ତ ତାଙ୍କୁ ଚୁମ୍ବନ ଦେଇଥିଲେ। ପୂର୍ବରୁ ଆକବରଙ୍କର ୬ ଜଣ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସାରିଛନ୍ତି।

ସିଏନ୍‌ଏନ୍‌ ଚ୍ୟାନେଲ୍‌ରେ ରିପୋର୍ଟର ଥିବା ମାଜଲି ଡି ପୁଏ କାମ୍ପ କହିଛନ୍ତି ଯେ ସେ ୨୦୦୭ ମସିହାରେ ଏସିଆନ୍‌ ‘ନ୍ୟୁଜ୍‌ ଏଜ୍‌’ରେ ଇଣ୍ଟର୍ଣ୍ଣ ଥିଲେ। ଏହି ସମୟରେ ଥରେ ସେ ତତ୍କାଳୀନ ସଂପାଦକ ଆକବରଙ୍କ ନିକଟକୁ ଯାଇଥିବା ବେଳେ ସେ କାମ୍ପଙ୍କୁ ଜାବୁଡ଼ି ଧରି ଓଠକୁ ଚୁମ୍ବନ ଦେଇଥିଲେ।। ଏହି ଘଟଣା ଅପ୍ରତ୍ୟାଶିତ ଥିବାରୁ କାମ୍ପ ଅତ୍ୟନ୍ତ ମର୍ମାହତ ହୋଇଥିଲେ।

କାମ୍ପ ଏହାପରେ ଘଟଣା ବିଷୟରେ ତାଙ୍କ ବାପାମାଆଙ୍କୁ ଜଣାଇଥିଲେ। ଦୁହେଁ ସାମ୍ବାଦିକ ହୋଇଥିବାରୁ ସେମାନେ ଆକବରଙ୍କୁ ଏ ନେଇ ଇ-ମେଲ୍‌ କରିଥିଲେ ଓ ଆକବର ସେମାନଙ୍କୁ କ୍ଷମା ମାଗିଥିଲେ। ଭୁଲ୍‌ ବୁଝାମଣା ବଶତଃ ଏପରି ହୋଇଛି ବୋଲି କହିଥିଲେ।

By amfnews

Related Post