Mon. Sep 21st, 2026

ଆଉ କରୋନା ଆକ୍ରାନ୍ତଙ୍କ ଘର ବାହାରେ ଲାଗିବନି ପୋଷ୍ଟର

293 Views

ଦିଲ୍ଲୀ,ଡିସେମ୍ବର 09 : କରୋନାରେ ଅନେକ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଏହାକୁ ନେଇ ସାମାଜିକ ଦୂରତା ଅଧିକ ଅବଲମ୍ବନ କରାଯାଉଛି । ତେଣୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ରୋଗୀଙ୍କ ଘର ଆଗରେ ପୋଷ୍ଟର ମରାଯାଏ । ପଡ଼ୋଶୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାରମାନେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲେ। ଏହା ଉପରେ ସୁପ୍ରିମ୍ କୋର୍ଟ କହିଛନ୍ତି, ବାସ୍ତବ ଚିତ୍ର ଅଲଗା କହୁଛି। ପୋଷ୍ଟର ଲଗାଯିବା ଦ୍ୱାରା ଲୋକେ ରୋଗୀଙ୍କୁ ଅଛୁଆଁ ଭାବୁଛନ୍ତି। ତେଣୁ କରୋନା ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର। ଏକ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ, ତାହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଘର ବାହାରେ ପୋଷ୍ଟର ମାରିବା ରୋଗୀଙ୍କ ସହ ଭେଦଭାବ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଥିଲେ, ଯେଉଁଠାରେ ଏଭଳି ପୋଷ୍ଟର ଲଗାଯାଇଛି, ସେଠାରେ ଲୋକଙ୍କର ମାନ ହାନି କରାଯାଉଛି। ଏହାସହ ପୋଷ୍ଟର ଲଗାଯିବା ଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପଡ଼ୋଶୀଙ୍କଠାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ପକ୍ଷ ରଖି ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ଏଭଳି କୌଣସି ନିର୍ଦ୍ଦେଶାନାମା ଜାରି କରିନାହାନ୍ତି।

By amfnews

Related Post