Wed. Sep 30th, 2026

ଆଇସିଆଇସିଆଇ-ଭିଡିଓକୋନ୍‌ ବ୍ୟାଙ୍କ୍‌ ଋଣ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ଚନ୍ଦା କୋଚ୍ଚର

299 Views

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ଋଣ ଜାଲିଆତି ଏବଂ କଳାଟଙ୍କା ଧଳା କରିଥିବା ଅଭିଯୋଗ ମାମଲାରେ ସମ୍ପୃକ୍ତ ହୋଇଥିବା ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍‌ ସିଇଓ ଚନ୍ଦା କୋଚ୍ଚର ସୋମବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।

ଧାର୍ଯ୍ୟ ସମୟ ଦିନ ୧୧ଟା ବାଜିବାର ଅଳ୍ପ ସମୟ ପୂର୍ବରୁ ଖାଁ ମାର୍କେଟ୍‌ରେ ଅବସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ କୋଚ୍ଚର ହାଜର ହୋଇଥିଲେ।
ତଦନ୍ତ ଆଗେଇ ନେବାରେ ତଦନ୍ତକାରୀ ଅଧିକାରୀଙ୍କୁ ସହାୟତା କରିବାକୁ କୋଚ୍ଚରଙ୍କର ସହଯୋଗ ଆବଶ୍ୟକ ଏବଂ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ରେ ତାଙ୍କ ବୟାନ ରେକର୍ଡ କରାଯିବ।

କିଛି ଦିନ ତଳେ ଏହି ମାମଲାରେ ତାଙ୍କ ସ୍ୱାମୀ ଦୀପକ କୋଚ୍ଚାର୍‌ ଓ ଦିଅର ରାଜୀବ କୋଚ୍ଚରଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ପଚରା ଉଚୁରା କରିଥିଲା।
ଅତୀତରେ ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ମୁମ୍ବାଇ କାର୍ଯ୍ୟାଳୟରେ ପଚରା ଉଚୁରା କରାଯାଇଥିଲା। ଚନ୍ଦା କୋଚ୍ଚର, ତାଙ୍କ ପରିବାର ଏବଂ ଭିଡିଓକୋନ୍‌ ଗ୍ରୁପ୍‌ର ବେଣୁଗୋପାଳ ଧୂତଙ୍କ ଘର ମଧ୍ୟ ଚଢ଼ାଉ କରାଯାଇଥିଲା।

ଏ ବର୍ଷ ପ୍ରାରମ୍ଭରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚନ୍ଦା କୋଚ୍ଚର, ଦୀପକ କୋଚ୍ଚର, ଧୂତ୍‌ ଏବଂ ଅନ୍ୟମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଥିଲା।

By amfnews

Related Post