Fri. Oct 2nd, 2026

ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାର ଭଡ଼ାଘର ସମେତ ୫ଟି ଜାଗାରେ ଏକକାଳୀନ ଚଢ଼ାଉ

353 Views

ବାରିପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାର ମୁର୍ଗାବାଡ଼ି ବାସଭବନ ସମେତ ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳେ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାର ମୁର୍ଗାବାଡ଼ି ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଲାଗି ପହଞ୍ଚିଛି। ଏହାଛଡ଼ା ଭିଜିଲାନ୍ସ ପକ୍ଷରୁ ଅନ୍ୟ ୪ଟି ଜାଗାକୁ ମଧ୍ୟ ଚଢ଼ାଉ ନିମନ୍ତେ ଟିମ୍ ପଠାଯାଇଥିବା ଜଣାଯାଇଛି। ସେଥିମଧ୍ୟରେ ବାରିପଦାସ୍ଥିତ ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ ଓ ନୟାଗଡ଼ସ୍ଥିତ ପୈତୃକ ଘର ମଧ୍ୟ ଅନ୍ତର୍ଭୁକ୍ତ ଥିବାର ସୂଚନା ମିଳିଛି।

ଅପରପକ୍ଷରେ ଭିଜିଲାନ୍ସ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଗତକାଲି ରାତିରେ ଦୁର୍ଗାମାଧବ ଭଡ଼ା ଘରେ ତାଲା ପକାଇ କେଉଁଆଡେ ପଳାଇଥିବା କୁହାଯାଉଛି। ବାଲେଶ୍ବର ଭିଜିଲାନସ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି। ତେବେ ଭିଜିଲାନସ ଜାଲରେ ପଡ଼ିଥିବା ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର ଏବେ କେଉଁଠି ତାକୁ ନେଇ ଚର୍ଚ୍ଚା ଚାଲିଛି।

By amfnews

Related Post