Sun. Oct 18th, 2026

ଅଢ଼େଇ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

503 Views

ରଣପୁର, ଡିସେମ୍ବର ୫: ଖୋର୍ଦ୍ଧା ବନଖଣ୍ତ ଅନ୍ତର୍ଗତ ରଣପୁର ବନ ବିଭାଗ ଅଧୀନ ରାଇପଡା ଗାଁର ଦାନ୍ତିପଦା ସାହିରେ ଆଜି ସ୍ଥାନୀୟ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି, ରାଇପଡ଼ା ଗାଁର ଦାନ୍ତିପଦା ସାହିରେ ବହୁ ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ରେଞ୍ଜର୍‌ ଶରତ କୁମାର ଶତପଥୀ ଓ ବନ ବିଭାଗ ସଦଳବଳ ଚଢ଼ଉ କରିଥିଲେ। ଏଥିରେ ୨୮ ଖଣ୍ତ ୫ ଫୁଟିଆ କାଠ ଗଣ୍ଡି ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ଦୀର୍ଘ ଦିନ ଧରି ଏଭଳି ଚୋରା ଚାଲାଣ ଚାଲିଆସୁଥିବା ବେଳେ ବହୁ ମୂଲ୍ୟବାନ ଜଙ୍ଗଲ ଏବେ ଧ୍ବଂସାଭିମୁଖୀ ହୋଇପଡ଼ିଛି।

By amfnews

Related Post