Sat. Sep 19th, 2026

ଅସ୍ତ୍ରଶସ୍ତ୍ର ନେଇ ଏବଂ ଜୋତା ପିନ୍ଧି ପୁଲିସ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

489 Views

ନୂଆଦିଲ୍ଲୀ: ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଯାଇଥିବା ହିଂସାକାଣ୍ଡ ପ୍ରତି ଧ୍ୟାନ ଦେଇ ସୁପ୍ରିମ୍‌ କୋର୍ଟ ବୁଧବାର ଦିନ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୁଲିସବାଲା ମନ୍ଦିର ପରିଧି ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ। ଅକ୍ଟୋବର ୩ ତାରିଖ ଦିନ ଧାଡ଼ି ଦର୍ଶନ ବିରୋଧରେ ଜଗନ୍ନାଥ ମନ୍ଦିରେ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା। ଏଥିରେ ୯ ଜଣ ପୁଲିସ ଆହତ ହୋଇଥିଲେ।

ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି କି, ଏହି ହିଂସାକାଣ୍ଡରେ ଅନ୍ୟୂନ ୪୭ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣାଧୀନ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି।

ଜଗନ୍ନାଥ ମନ୍ଦିର ମଧ୍ୟରେ କୌଣସି ହିଂସାକାଣ୍ଡ ଘଟିନାହିଁ। ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇ ଭଙ୍ଗାରୁଜା କରାଯାଇଥିଲା।
ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରୟୋଗ କରାଯାଇଥିଲା ବୋଲି ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି। ସ୍ଥାନୀୟ ଲୋକେ ଓ ସେବାୟତମାନେ ବିରୋଧ କରିବାରୁ ଏହାକୁ ସମୀକ୍ଷା କରାଯିବ।

By amfnews

Related Post