Sat. Aug 15th, 2026

ଅସୁସ୍ଥ ଚଉଶିଙ୍ଗା ଉଦ୍ଧାର

269 Views

ଯାଜପୁର/ବ୍ୟାସନଗର: ଗୁରୁବାର ଭୋର୍‌ ୫ଟା ସମୟରେ ଯାଜପୁର ରୋଡ୍‌ ବନଖଣ୍ଡ ଅନ୍ତର୍ଗତ ଏକ ଗାଁରୁ ଗୋଟାଏ ଚଉଶିଙ୍ଗା ହରିଣ ଉଦ୍ଧାର କରାଯାଇଛି।

ହରିଣଟି ଗାଁ ପାଖରେ ଶୋଇଥିବା ଓ ତା’ ପାଟିରେ ଘା’ ହୋଇଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ।ବନ କର୍ମଚାରୀମାନେ ଘଟନାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତରେ ଚଉଶିଙ୍ଗାକୁ ଧରିଥିଲେ।

ଚଉଶିଙ୍ଗାର ମୁହଁରେ ଘା’ ହୋଇଥିବାରୁ ଚିକିତ୍ସା ନିମନ୍ତେ ତାକୁ ବ୍ୟାସ ନଗର ପଶୁ ଚିକିତ୍ସାଳୟକୁ ନିଆଯାଇଛି। ସୁସ୍ଥ ହେବା ପରେ ତାକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

By amfnews

Related Post