Sun. Apr 26th, 2026

ଅସମ୍ପୂର୍ଣ୍ଣ ଗୃହନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର କଲା କେନ୍ଦ୍ର

239 Views

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର କରିଛନ୍ତି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଅନାଦେୟ ଋଣ କାରଣରୁ ବା ଦେବାଳିଆ ଘୋଷିତ ହୋଇଥିବା କାରଣରୁ ପଡ଼ି ରହିଥିବା ଏହି ପ୍ରକଳ୍ପ ସବୁ ଏବେ ସରିବ। ଏହା ରିଅଲ ଇଷ୍ଟେଟ୍‌ ଏବଂ ତତ୍‌ ସମ୍ପର୍କିତ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଆଗତର ମାସେ ଆରମ୍ଭ କରିଥିବା ଘୋଷଣା କ୍ରମରେ ଆଜି ଏହି ଘୋଷଣା କରିଛନ୍ତି। ଅତିରିକ୍ତ ନିବେଶ ଫଣ୍ଡ ଅଧୀନରେ ସରକାରଙ୍କ ପକ୍ଷରୁ ୧୦ ହଜାର କୋଟି ଟଙ୍କାର ନିବେଶ ହେବ ଏବଂ ବାକି ଅର୍ଥ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଏଲ୍‌ଆଇସି ଏବଂ ଷ୍ଟେଟ୍‌ ବ୍ୟାଙ୍କ ଆଦି କରିବେ ବୋଲି ଏହି ଅବସରରେ କୁହାଯାଇଛି। ଅତିରିକ୍ତ ନିବେଶ ଫଣ୍ଡ ଏକ ସିଙ୍ଗିଲ ୱିଣ୍ଡୋ ଭାବେ କାର୍ଯ୍ୟ କରିବ। ଏବିଷୟରେ ନିର୍ମଳା ପ୍ରଥମେ ସେପ୍ଟେମ୍ବର ୧୪ରେ ଘୋଷଣା କରିଥିଲେ।

ମୋଟ ଉପରେ ୪.୫୮ ଲକ୍ଷ ହାଉସିଂ ୟୁନିଟ୍‌ ସାରିବାକୁ ଟାର୍ଗେଟ୍‌ କରାଯାଇଛି। ଏହା ନିଯୁକ୍ତି ଯୋଗାଇଦେବ ବୋଲି କୁହାଯାଉଛି। ଏଆଇଏଫ୍‌ରେ ଆସିଥିବା ମୁଖ୍ୟ ପରିବର୍ତ୍ତନ ହେଉଛି ନନ୍‌ ପର୍ଫମିଂ ଆସେଟ୍‌ ବା ଯାହାର ବିଚାର ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ଅଧୀନରେ ଚାଲୁଥିବ, ସେସବୁରେ ଅତିରିକ୍ତ ନିବେଶ ଫଣ୍ଡରୁ ଅର୍ଥ ଖର୍ଚ୍ଚ ହେବ।

By amfnews

Related Post