Thu. Oct 8th, 2026

ଅଶାନ୍ତ ପୁରୀ ସମୁଦ୍ର; ଉଠୁଛି ୮ରୁ ୧୦ ଫୁଟ୍ ଉଚ୍ଚର ଜୁଆର

331 Views

ପୁରୀ  : ‘ଫନି’ ପରେ ପୁଣି ଅଶାନ୍ତ ହୋଇପଡ଼ିଛି ପୁରୀ ସମୁଦ୍ର।  ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚର ଜୁଆର ଉଠୁଛି। ବଡ଼ ବଡ଼ ଜୁଆର ଆସିବା ସହ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘନ କରିଛି। ଏହା ଫଳରେ ସମୁଦ୍ର କୂଳରେ ଥିବା କେତେକ ଅସ୍ଥାୟୀ ଦୋକାନ ଭାସି ଯାଇଥିବା ବେଳେ ଆଉ କେତେକ ଦୋକାନ କ୍ଷତିଗସ୍ତ ହୋଇଛି।

କେତେକ ଦୋକାନୀ ମଧ୍ୟ ସେମାନଙ୍କ ଦୋକାନକୁ ଉଚ୍ଚ ସ୍ଥାନକୁ ଉଠାଇ ନେଇଛନ୍ତି। ସମୁଦ୍ର ଅଶାନ୍ତ ଥିବା ଯୋଗୁ ଏଠାରେ ସ୍ନାନ ନ କରିବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରି ଦିଆଯାଇଛି।

ସବୁ ଅମାବାସ୍ୟାରେ ସମୁଦ୍ର ସାମାନ୍ୟଠୁ ଅଧିକ ଅଶାନ୍ତ ହୋଇପଡ଼ିଥାଏ। ଏଥର କିନ୍ତୁ ପ୍ରଭାବ କିଛି ଅଧିକ ଥିବା କୁହାଯାଉଛି।

By amfnews

Related Post