Fri. May 17th, 2024

ଅର୍ବାନ ଗଭର୍ଣ୍ଣାସ କ୍ଷେତ୍ରରେ ସବୁ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦେଶରେ ପ୍ରଥମ

By amfnews Dec 9, 2020 #Featured
199 Views

ଭୁବନେଶ୍ୱର, ଡିସେମ୍ବର ୦୯ : ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଅର୍ବାନ ଗଭର୍ଣ୍ଣାସରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ୫୬.୮୬ ପଏଣ୍ଟ ହାସଲ କରି ଓଡ଼ିଶା ଦେଶର ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ, ଦ୍ବିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ଼, ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ଥିବା ଜଣାପଡିଛି । ଶେଷ ୨ଟି ସ୍ଥାନରେ ମଣିପୁର ଓ ନାଗାଲାଣ୍ଡ ରହିଥିବା ଜଣାପଡିଛି ।

ସେହିଭଳି ଅନ୍ୟ ଏକ ବିଭାଗ ସଶକ୍ତ ନାଗରିକରେ ବି ଓଡ଼ିଶାକୁ ପ୍ରଥମ ସ୍ଥାନ ମିଳିଛି । ୧୯.୫୦ ପଏଣ୍ଟ ହାସଲ କରି ଓଡ଼ିଶା ଏହି ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛି । ସେହିଭଳି ନଗର ପ୍ରଶାସନରେ ଓଡିଶାକୁ ତୃତୀୟ ସ୍ଥାନ ମିଳିଥିବାବେଳେ ୫.୧୦ପଏଣ୍ଟ ହାସଲ କରିଛି । ସେହିଭଳି ନଗର ନିର୍ବାଚିତ ଜନପ୍ରତିନିଧି ଓ ବ୍ୟବସ୍ଥାପିକା ଶୈଳୀରେ ମଧ୍ୟ ଓଡ଼ିଶାକୁ ତୃତୀୟ ସ୍ଥାନ ମିଳିଛି । ୧୫.୮୩ ପଏଣ୍ଟ ସହ ଓଡ଼ିଶାକୁ ତୃତୀୟ ସ୍ଥାନ ମିଳିଥିବା ଜଣାପଡିଛି ।

By amfnews

Related Post