Fri. Aug 21st, 2026

ଅର୍ଦ୍ଧନଗ୍ନ ହୋଇ ଯୋଗ କଲେ ଟେଲିଭିଜନ୍‌ ଅଭିନେତ୍ରୀ, ଫଟୋ ଭାଇରାଲ୍‌

284 Views

ମୁମ୍ୱାଇ: ଆପଣ ଅନେକ ସମୟରେ ଦେଖିଥିବେ ଟିଭି କିମ୍ୱା ବଲିଉଡ୍‌ ସେଲେବ୍ରିଟିମାନେ ସୋଶାଲ୍‌ ମିଡିଆରେ ନିଜର ଅର୍ଦ୍ଧନଗ୍ନ ଫଟୋ ଓ ଭିଡିଓ ଶେଆର୍‌ କରିଥା’ନ୍ତି। ଏହି ଫଟୋକୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ହୋଇଥାଏ। ଠିକ୍‌ ଏହିପରି ଏକ ବିବାଦ ଏବେ ଜଣେ ଟେଲିଭିଜନ୍‌ ଅଭିନେତ୍ରୀଙ୍କୁ ନେଇ ଉଠିଛି।

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଏବିଗେଲ୍ ପାଣ୍ଡେ। ସେ ଏବେ ଛୁଟି କାଟୁଥିବେଳେ ସୋଶାଲ ମିଡିଆରେ ତାଙ୍କର ଏକ ବୋଲ୍ଡ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ଟପ୍‌ଲେସ୍‌ ହୋଇ ଜଙ୍ଗଲରେ ଯୋଗ କରୁଛନ୍ତି। ଆଉ ସୋଶାଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଫଟୋଟିକୁ ଶେଆର୍‌ କରି ଏବିଗେଲ୍‌ ଏକ ମେସେଜ୍‌ ମଧ୍ୟ ଦେଇଛନ୍ତି। ଏପରି ଫଟୋ ଶେଆର୍‌ କରି ସେ ନିଜ ମନ ଭିତରେ ଥିବା ସମସ୍ତ ଡରକୁ ଦୂର କରିଛନ୍ତି ବୋଲି ଲେଖିଛନ୍ତି।

ସୋଶାଲ ମିଡିଆରେ ତାଙ୍କର ଏହି ଫଟୋକୁ ଦେଖି କିଛି ୟୁଜର୍ସ ପସନ୍ଦ କରିଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏହାକୁ ନେଇ ଓଲଟାସିଧା କମେଣ୍ଟ ଦେଇଛନ୍ତି।

ପୂର୍ବରୁ ବି ଏବିଗେଲ୍‌ ତାଙ୍କ ଯୋଗ ଫଟୋ ପୋଷ୍ଟ୍‌ ଶେଆର୍ କରିଛନ୍ତି। ସେଥିପାଇଁ ତାଙ୍କର ଫ୍ୟାନ୍ସମାନଙ୍କ ନିକଟରେ ସେ ‘ଯୋଗ ଗର୍ଲ’ ନାଁରେ ପରିଚିତ। ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ବେଶ୍ ସଚେତନ୍‌। ଏହି ଫିଟ୍‌ନେସ୍ କାରଣରୁ ହିଁ ଅନେକ ଲୋକ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି।

ଏବିଗେଲ୍‌ ପାଣ୍ଡେ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ଜଣେ ଜଣାଶୁଣା ଅଭିନେତ୍ରୀ। ‘ଜିନ୍ଦଗୀ ୱିନ୍‌ସ’, ‘କ୍ୟା ଦିଲ୍‌ ମୈ ହେ’ ଓ ‘ହମ୍‌ସେ ହେ ଲାଇଫ୍‌’ ପରି ଶୋରେ ସେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।

By amfnews

Related Post