Fri. Jul 31st, 2026

ଅଯୋଧ୍ୟା ଶୁଣାଣି ଲାଗି ଜାନୁଆରି ୧୦ ସୁଦ୍ଧା ଗଠନ ହେବ ସୁପ୍ରିମ୍‌ କୋର୍ଟର ନୂଆ ଖଣ୍ଡପୀଠ

260 Views

ନୂଆଦିଲ୍ଲୀ, ଜାନୁଆରୀ ୦୪  : ଅଯୋଧ୍ୟାର ବାବ୍ରି ମସ୍‌ଜିଦ୍‌- ରାମ ଜନ୍ମଭୂମି ଟାଇଟଲ୍‌ ସୁଟ୍‌ ଉପରେ ଶୁଣାଣି ନିମନ୍ତେ ଜାନୁଆରି ୧୦ ତାରିଖ ପୂର୍ବରୁ ନୂଆ ଖଣ୍ଡପୀଠ ଗଠନ ହେବା କଥା ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, ନୂତନ ଖଣ୍ଡପୀଠ ଶୁଣାଣି ଉପରେ ସମୁଚ୍ଚିତ ଆଦେଶ ଜାରି କରି ପାରିବେ।

ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ରାୟ ବିରୋଧରେ ଆଗତ ଡଜନାଧିକ ପିଟିସନ୍‌ ଉପରେ ସୁପ୍ରିମ୍‌ କୋର୍ଟ ଶୁଣାଣି କରୁଥିଲେ। ଅଯୋଧ୍ୟାସ୍ଥିତ ୨. ୭୭ ଏକର ବିଶିଷ୍ଟ ବିବାଦୀୟ ଜମିକୁ ଦିଅଁ ରାମ ଲାଲ୍ଲା, ନିର୍ମୋହି ଆଖଡ଼ା ଏବଂ ସୁନ୍ନି ଓ୍ଵାକଫ୍‌ ବୋର୍ଡ- ଏହି ତିନି ପକ୍ଷ ମଧ୍ୟରେ ବାଣ୍ଟି ଦେବାକୁ ରାୟ ଦେଇଥିଲେ।

୨୦୧୦ ମସିହାରୁ ମାମଲା ସୁପ୍ରିମ୍‌ କୋର୍ଟରେ ପଡ଼ି ରହିଥିଲା। ଶୁଣାଣି ସମୟରେ ବିଚାର ପାଇଁ ଅନ୍ୟ କେତୋଟି ପ୍ରସଙ୍ଗ ମଧ୍ୟ ଉଠିଥିଲା। ସେଥିରୁ ଗୋଟାଏ ପ୍ରସଙ୍ଗ ହେଉଛି, ମସ୍‌ଜିଦ କ’ଣ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଙ୍ଗ।

ଆଜିର ଶୁଣାଣି ପୂର୍ବାହ୍ନ ୧୦: ୩୦ ମିନିଟ୍‌ ସମୟରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସକେ କୌଲ୍‌ଙ୍କ ଖଣ୍ଡପୀଠକୁ ଆସିଥିଲା।

୬୦ ସେକେଣ୍ଡ ଧରି ଚାଲିଥିବା ଆଜିର ଶୁଣାଣି ଉଭୟ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନ କରାଯାଇ ନ ଥିଲା।

By amfnews

Related Post