Thu. Jul 2nd, 2026

ଅଯୋଧ୍ୟାରେ ସ୍ଥାପନ ହେବ ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ବ୍ରୋଞ୍ଜ ପ୍ରତିମା

285 Views

ଲକ୍ଷ୍ନୌ, ନଭେମ୍ବର ୨୫: ଅଯୋଧ୍ୟାରେ ଉତ୍ତରପ୍ରଦେଶ ସରକାର ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ଏକ କାଂସ୍ୟ ପ୍ରତିମା ସ୍ଥାପନ କରିବେ ବୋଲି ସୂଚନା ବିଭାଗର ପ୍ରିନ୍‌ସିପାଲ୍‌ ସେକ୍ରେଟାରି ଅବିନିଶ ଅଓ୍ଵସ୍ଥି ଶନିବାର ଦିନ କହିଛନ୍ତି।

ଅଓ୍ଵସ୍ଥି କହିଛନ୍ତି: ପ୍ରତିମାର ପ୍ରକୃତ ଉଚ୍ଚତା ୧୫୧ ମିଟର ହେବ ଏବଂ ତା’ ଉପରେ ଲାଗିଥିବା ଛତ୍ରୀର ଉଚ୍ଚତା ହେବ ୨୦ ମିଟର୍‌ ଏବଂ ବଇଠି ୫୦ ମିଟର। ବଇଠି ନିକଟରେ ଏକ ଯାଦୁଘର ଖୋଲାଯିବ।ପ୍ରତିମା ନିର୍ମାଣ ପାଇଁ ସଂକ୍ଷିପ୍ତତାଲିକାଭୁକ୍ତ କରାଯାଇଥିବା ୫ଟି ଫାର୍ମ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନମୁନା ଦେଇଛନ୍ତି। ପ୍ରତିମା ସ୍ଥାପନ ପାଇଁ ମାଟି ପରୀକ୍ଷା କରାଯାଉଛି।

By amfnews

Related Post