Fri. Aug 14th, 2026

‘ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ହେଲେ ଅସନ୍ତୋଷ ପ୍ରକାଶ କରିବ ହିନ୍ଦୁ ସମାଜ’

346 Views

ଅଯୋଧ୍ୟା : ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ସଭାପତି ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ବିରୋଧ କରିଛନ୍ତି। ଯଦି ମସଜିଦ୍ ନିର୍ମାଣ କରିବାର ଅଛି ତା’ହେଲେ ଶାସ୍ତ୍ର ବାହାରେ ମସଜିଦ୍ ନିର୍ମାଣ ହେବା ଉଚିତ୍। ଯଦି ଶାସ୍ତ୍ରର ସୀମା ଭିତରେ ମସଜିଦ ନିର୍ମାଣ ହେବ ତା’ହେଲେ ଠିକ୍ ହେବନି। ଏହାକୁ ହିନ୍ଦୁ ସମାଜ ବିରୋଧ କରିବ। ଉଦହାରଣ ଦେବାକୁ ଯାଇ କହିଛନ୍ତି, ଯେମିତି ମକ୍କାରେ ମନ୍ଦିର ତିଆରେ ହେଲେ ବିରୋଧର ସାମ୍ନା କରିବାକୁ ପଡ଼ିବ ଏବଂ ଭାରତରେ ବାବରଙ୍କ ମସଜିଦ୍ ତିଆରି ହେଲେ ହିନ୍ଦୁ ସମୁଦାୟ ବିରୋଧ କରିବ।

ଅଯୋଧ୍ୟାରେ ରାମ ମନ୍ଦିର ତିଆରି ହେବ। ମୁଁ କିନ୍ତୁ ସେହି ଟ୍ରଷ୍ଟରେ ସାମିଲ୍ ହେବାକୁ ଇଚ୍ଛୁକ ନୁହେଁ ବୋଲି ତୋଗାଡ଼ିଆ କହିଛନ୍ତି। ମନ୍ଦିର ତିଆରି ଏକ ଧାର୍ମିକ କାମ। ତେଣୁ ଟ୍ରଷ୍ଟରେ ପୂଜ୍ୟ ସନ୍ଥ, ଅଖାଡ଼ି, ବୈଷ୍ନବ ସନ୍ଥ ଏବଂ ଧାର୍ମିକ ପ୍ରବୃତ୍ତିର ବ୍ୟକ୍ତିମାନେ ରହିବା ଦରକାର। ଏହି ମନ୍ଦିର ଟ୍ରଷ୍ଟରେ ରାଜନୀତିକ ବ୍ୟକ୍ତି ନରହିବା ଉଚିତ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରିବାକୁ ଯାଇ ପ୍ରବୀଣ ତୋଗାଡ଼ିଆ କହିଛନ୍ତି, ସୋମନାଥ ମନ୍ଦିରରେ ହମୀର ସିଂହ ଗୋହିଲଙ୍କ ସମାଧି ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ରହିଛି। ସେହିପରି ରାମ ମନ୍ଦିର ସାମ୍ନାରେ ମନ୍ଦିର ଆନ୍ଦୋଳନର ଯୋଦ୍ଧା ମହନ୍ତ ରାମଚନ୍ଦ୍ର ଦାସ, ଅଶୋକ ସିଙ୍ଘଲ ଏବଂ ମହନ୍ତ ଅବୈଦ୍ୟନାଥଙ୍କର ମୂର୍ତ୍ତି ଲଗାଇବା ଦରକାର ବୋଲି ତୋଗାଡ଼ିଆ କହିଛନ୍ତି। ଏହାଦ୍ୱାରା ଲୋକମାନେ ରାମ ମନ୍ଦିର ଆନ୍ଦୋଳନର ଯୋଦ୍ଧାଙ୍କ ବାବଦରେ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି।

By amfnews

Related Post