Tue. Aug 18th, 2026

ଅମିତ ଶାହଙ୍କ ଉପସ୍ଥିତିରେ ଦକ୍ଷିଣ ଭାରତର ଯୋଗୀ ଶ୍ରୀ ପୀଠମର ମହନ୍ତ ସ୍ୱାମୀ ପରିପୂର୍ଣ୍ଣାନନ୍ଦ ବିଜେପିରେ ହେଲେ ସାମିଲ

431 Views

Khabar Odisha:swami-paripurnanand-joins-bharatiya-janata-party-in-the-presence-of-amit-shah
ନୂଆଦିଲ୍ଲୀ, ଅକ୍ଟୋବର ୨୦: ଲୋକସଭା ନିର୍ବାଚନ ୨୦୧୯ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବିଜେପି ଶୁକ୍ରବାର ହିନ୍ଦୁ ବାହିନୀର ପ୍ରତିଷ୍ଠାତା ଓ ଶ୍ରୀ ପୀଠମର ମହନ୍ତ ସ୍ୱାମୀ ପରିପୂର୍ଣ୍ଣାନନ୍ଦଙ୍କୁ ପାର୍ଟିରେ ସାମିଲ କରିଛି। ସ୍ୱାମୀ ପରିପୂର୍ଣ୍ଣାନନ୍ଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। ପରିପୂର୍ଣ୍ଣାନନ୍ଦଙ୍କୁ ବିଜେପିରେ ସଦସ୍ୟତା ଦେବା ପରେ ଅମିତ ଶାହ କହିଛନ୍ତି, ବିଜେପି ପାଇଁ ଆଜି ଖୁସିର ଦିନ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ସମାଜସେବା, ଧାର୍ମିକ କାର୍ଯ୍ୟରେ ଜାଗ୍ରତ ହେବା ପରିପୂର୍ଣ୍ଣାନନ୍ଦଙ୍କ ଯୋଗଦାନ ସ୍ମରଣୀୟ। ସେ ଦଳରେ ସାମିଲ ହେବା ପରେ ଆମେ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଲାଭ ମିଳିବ।

ପରିପୂର୍ଣ୍ଣାନନ୍ଦ ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ କହିଛନ୍ତି, ମୋତେ ଖୁସି ଲାଗୁଛି ଯେ, ମୁଁ ଏହି ପରିବାରର ସଦସ୍ୟ ହୋଇଛି। ବିଜେପି ସବୁବେଳେ ଦେଶ ଓ ଧର୍ମ ପାଇଁ କାମ କରୁଛି। ମୁଁ ଅମିତ ଶାହଙ୍କ ମାର୍ଗଦର୍ଶନରେ କାମ କରିବାକୁ ପ୍ରସ୍ତୁତ ଅଛି। ମୁଁ ବିଜେପିରେ କର୍ମଯୋଗୀ ହେବାକୁ ଆସିଛି। ପାର୍ଟି ଯେଉଁଠାରେ ମୋର ଆବଶ୍ୟକତା ଚାହିଁବ, ସେଠାରେ ଉପସ୍ଥିତ ରହିବି ବୋଲି ପରିପୂର୍ଣ୍ଣାନନ୍ଦ ତଥା ଦକ୍ଷିଣ ଭାରତର ଯୋଗୀ କହିଛନ୍ତି।

ହିନ୍ଦୁ ବାହିନୀର ପ୍ରତିଷ୍ଠାତା ସ୍ୱାମୀ ପରିପୂର୍ଣ୍ଣାନନ୍ଦ ଆନ୍ଧ୍ର ପ୍ରଦେଶର କାକିନାଡାସ୍ଥିତ ଶ୍ରୀପୀଠମ ମଠର ମହନ୍ତ। ତାଙ୍କର ଭାଷଣ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଦକ୍ଷିଣ ଭାରତର ଯୋଗୀ ବୋଲି କିଛି ଲୋକ ମତ ଦିଅନ୍ତି।

By amfnews

Related Post