Sun. Sep 27th, 2026

ଅମରିନ୍ଦର ସିଂହଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବିଧାୟକ ରାଣା ଗୁରୁଜିତ ସିଂହ !

255 Views

ଚଣ୍ଡୀଗଡ଼:ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କପୁରତାଲାର ବିଧାୟକ ରାଣା ଗୁରୁଜିତ ସିଂହଙ୍କୁ ମନ୍ତ୍ରୀ ପଦ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହା ଫଳରେ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ଏବେ ଆଉ ହେବା ଭଳି ଲାଗୁ ନାହିଁ। ମନ୍ତ୍ରିମଣ୍ଡଳରୁ ସିଦ୍ଧୁ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ଏହି ବିଧାୟକଙ୍କୁ ନିଆଯିବ ବୋଲି ଜଣାଯାଇଛି।

ଏଥିନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରସ୍ତୁତି ଶେଷ କରିସାରିଲେଣି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କପୁରତାଲାର ବିଧାୟକ ରାଣା ଗୁରୁଜିତ ସିଂହଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ।

अमरिंदर व सिद्धू के बीच सुलह के सभी रास्‍ते बंद, नवजोत की जगह राणा गुरजीत बनेंगे मंत्री

ସିଦ୍ଧୁଙ୍କ ଇସ୍ତଫା ପରେ ସେହି ଖାଲି ସ୍ଥାନ ଉପରେ ବହୁ ବିଧାୟକଙ୍କ ନଜର ଥିଲା। ସୂଚନାଯୋଗ୍ୟ,ସିଦ୍ଧୁ ଗତ ଜୁଲାଇ ମାସରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅଧିକାଂଶ ବିଧାୟକଙ୍କ ନଜର ଏହି ଖାଲିଥିବା ପଦ ଉପରେ ରହିଥିଲା ବେଳେ ବିଧାନସଭା ବାଚସ୍ପତି ବି ମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଥିଲେ। ତେବେ ବିଧାୟକ ରାଣା ଗୁରୁଜିତ ସିଂହ ମନ୍ତ୍ରୀ ହେବା ନିଶ୍ଚିତ ବୋଲି କୁହାଯାଉଛି।

By amfnews

Related Post