Thu. May 21st, 2026

ଅଭିନେତ୍ରୀ ସାରାଙ୍କୁ ତାଙ୍କ ମାଆ ଏହି ସମୟରେ ସାମ୍ନାରେ ଦେଖି ମଧ୍ୟ ଚିହ୍ନିପାରି ନଥିଲେ

1,079 Views

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନବାଗତାମାନଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ମୁକ୍ତିଲାଭ କରିବା ପରେ ତାଙ୍କ ପ୍ରଶଂସକଙ୍କର ସଂଖ୍ୟା ଆକାଶଛୁଆଁ ପାଲଟିଛି। ସେ କେବେ ପିତା ସୈଫ୍‌ ଅଲ୍ଲୀ ଖାନଙ୍କ ସହ କଛି ଘଟଣାକୁ ନେଇ ତ ପୁଣି କେବେ ମାଆ ଅମ୍ରିତା ସିଂହଙ୍କୁ ନେଇ ଘଟିଥିବା କିଛି ଘଟଣା ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଏତିକିରେ ସରେ ନାହିଁ ସାରାଙ୍କ ଚର୍ଚ୍ଚା, ନିଜ ବାପାମାଆଙ୍କ ବ୍ୟତୀତ ସେ କେବେ ସାବତ ମାଆ କରୀନାଙ୍କୁ ଗୁରୁମା କରିବା ପାଇଁ ହେଉ କିମ୍ବା ହାଫ୍‌-ବ୍ରଦର ତୈମୁରଙ୍କ ସହ ନିଜର ବନ୍ଧନ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି।

ସେ ନିଜ ସଂପର୍କରେ ଏକ ମଜା କଥା ଖୁଲାସା କରିଛନ୍ତି। ସେ କହିଛନ୍ତି କି ତାଙ୍କୁ ଗୋଟାଏ ସମୟରେ ତାଙ୍କ ମାଆ ଅମ୍ରିତା ସିଂହ ଚିହ୍ନି ପାରି ନଥିଲେ। ଆପଣଙ୍କ ମନରେ ଉତ୍ସୁକତା ବଢ଼ିଯିବଣି ନିଶ୍ଚୟ ଯେ ତାହା କେଉଁ ସମୟ। ସେ ସମୟଟି ହେଉଛି ଯେତେବେଳେ ସାରା ଓଜନ ହ୍ରାସ କରି ଭାରତ ଫେରିଥିଲେ। ସାରା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ସେ ଆମେରିକାରୁ ଭାରତ ଫେରୁଥିବା ସମୟରେ ତାଙ୍କ ମାଆ ତାଙ୍କୁ ବିମାନ ବନ୍ଦରରେ ଚିହ୍ନି ପାରିନଥିଲେ। ଆପଣଙ୍କ ସୂଚନା ସକାଶ ଜଣାଇ ଦେଉଛୁ ଯେ ସେ ୪ ମାସ ମଧ୍ୟରେ ୩୦ କିଲୋ ଓଜନ କମାଇଥିଲେ।

By amfnews

Related Post