Thu. Jun 4th, 2026

ଅଭିନେତାରୁ ଲସ୍କର ଆତଙ୍କବାଦୀ ପାଲଟିଥିବା ବିଲାଲ୍‌ ଓଡ଼ିଶା ଆସି ନାଟକରେ ଅଭିନୟ କରିଥିଲେ !

835 Views

 ଶ୍ରୀନଗର: ସେ ଜଣେ ଥିଏଟର ଅଭିନେତା ଥିଲେ ଓ ବଲିଉଡରେ ଅଭିନୟ କ୍ୟାରିୟରର ମୂଳଦୁଆ ବି ପକାଇଥିଲେ। ହିନ୍ଦୀ ଫିଲ୍ମ ‘ହାଇଦର୍‌’ରେ ଏକ ଛୋଟ ଚରିତ୍ରରେ ମଧ୍ୟ ନଜର ଆସିଥିଲେ। ତେବେ ଗତ ଅଗଷ୍ଟ ମାସରେ ସକ୍ୱିବ ବିଲାଲ୍‌ ଆଉ ଜଣେ ସ୍କୁଲ ଛାତ୍ରଙ୍କ ସହ ନିଖୋଜ ହୋଇଯାଇଥିଲେ। ତା’ପରେ ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନ ଥିଲା। ଶେଷରେ ସେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାରେ ସାମିଲ୍‌ ହୋଇଥିବା ଜଣାପଡ଼ିଥିଲା।

ଦୁଃଖର ବିଷୟ ହେଉଛି ଡିସେମ୍ବର ୯ ତାରିଖରେ ଶ୍ରୀନଗର ଠାରୁ ଅଳ୍ପ ଦୂରା ମୁଜଗୁଣ୍ଡଠାରେ ସୁରକ୍ଷା କର୍ମୀଙ୍କ ସହ ଲସ୍କରର ଆତଙ୍କବାଦୀଙ୍କର ୧୮ ଘଣ୍ଟାର ଗୁଳି-ବିନିମୟ ଭିତରେ ବିଲାଲ୍‌ଙ୍କ ମୃତ୍ୟୁ ଘଟିଛି। ଏଥିରେ ବିଲାଲ୍‌ଙ୍କ ସହ ଲସ୍କରରେ ଯୋଗ ଦେଇଥିବା ନବମ ଶ୍ରେଣୀ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ବିଲାଲ୍‌ଙ୍କ ପରିବାରବର୍ଗଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିଲାଲଙ୍କର ପିଲାଟି ବେଳୁ ଅଭିନୟରେ ରୁଚି ଥିଲା। ସେ ବିଶାଲ ଭରଦ୍ୱାଜଙ୍କ ‘ହାଇଦର’ରେ ଅଭିନୟ କରିବା ପୂର୍ବରୁ ସେ ଏକ ଥିଏଟର ଗ୍ରୁପ୍‌ର ସଦସ୍ୟ ଭାବେ ଓଡ଼ିଶା ଆସିଥିଲେ ଓ ନାଟକ ମଞ୍ଚସ୍ଥ କରିଥିଲେ।

ଅଭିନେତାରୁ ଆତଙ୍କବାଦୀ ପାଲଟିଥିବା ବିଲାଲ୍‌ ‘ହାଇଦର’ ଅଭିନୟ କରିବା ପୂର୍ବରୁ ଏକ ନାଟକ ‘େଓ୍ଵଥ୍‌ ଚି ୟେୟାହି’(ଏହା ସେଇ ନଦୀ)ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନୂଆଦିଲ୍ଲୀର ଟାଗୋର ହଲରେ ଏହା ଅଭିନୀତ କରାଯାଇଥିଲା। ଉଚ୍ଚମାନର ଅଭିନୟ ଲାଗି ତାଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଓଡ଼ିଶାରେ ସେହି ନାଟକ ମଞ୍ଚସ୍ଥ ହୋଇଥିଲା ଓ ବିଲାଲ୍‌ ନାଟ୍ୟଦଳର ସଦସ୍ୟ ଭାବେ ଓଡ଼ିଶା ଆସି ସେଥିରେ ଅଭିନୟ କରିଥିଲେ ବୋଲି ତାଙ୍କ ମାମୁ ଅସିମ୍‌ ଏଜାଜ୍‌ କହିଛନ୍ତି

By amfnews

Related Post