Sun. Aug 2nd, 2026

ଅଭିନନ୍ଦନଙ୍କ ଉପରେ କମେଡ଼ି ଫିଲ୍ମ କରିବ ପାକିସ୍ତାନ !

408 Views

ନୂଆଦିଲ୍ଲୀ  : ବଲିଉଡ୍‌ ଅଭିନେତା ବିବେକ ଓବରୟ ବାଲାକୋଟ୍‌ ଷ୍ଟ୍ରାଇକ୍‌ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ। ଏଥିପାଇଁ ସେ ଅନୁମତି ମଧ୍ୟ ଆଣିସାରିଛନ୍ତି। ଏହି ଫିଲ୍ମରେ ବାଲାକୋଟ୍‌ ଷ୍ଟ୍ରାଇକ୍‌ ସହିତ ଭାରତୀୟ ବାୟୁ ସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ସହିତ ଘଟିଥିବା ଘଟଣାକୁ ମଧ୍ୟ ସାମିଲ କରାଯିବ ବୋଲି ବିବେକ କହିଥିଲେ। ଆଉ ଏ ଖବର ପାଇବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି ଓ ଅଭିନନ୍ଦନଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଅଭନନ୍ଦନଙ୍କ ଉପରେ ଏକ କମେଡ଼ି ଫିଲ୍ମ ତିଆରି କରିବ।

ପାକିସ୍ତାନୀ ଲେଖକ ଖଲିଲ୍‌ ଉର୍‌-ରହମାନ୍‌ କମର୍‌ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେବେ। ଫିଲ୍ମର ନାଁ ରଖାଯିବ ‘ଅଭିନନ୍ଦନ କମ୍‌ ଅନ୍‌’। ପାକିସ୍ତାନ ଏହି ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ଦେଇନାହିଁ। କୁହାଯାଉଛି, ପାକିସ୍ତାନ ଅଭିନେତା ଶମୂମ୍‌ ଅବ୍ବାସି ଏହି ଫିଲ୍ମରେ ଅଭିନନ୍ଦନଙ୍କ ଭୂମିକାରେ ଅଭିନୟ କରିବେ।

‘ଦୁନିୟା ନ୍ୟୁଜ୍‌’ର ରିପୋର୍ଟ ଅନୁସାରେ ଅଭିନେତା ଶମୂମ୍‌ ଅବ୍ବାସି ଏ ଖବର ସତ ବୋଲି କହିଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଦର୍ଶକ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଏହି ଫିଲ୍ମଟି କୌଣସି ସର୍‌ପ୍ରାଇଜ୍‌ଠାରୁ କମ୍‌ ନୁହେଁ।’

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରୁ ଫିଲ୍ମଟିର ଶୁଟିଂ ଆରମ୍ଭ ହେବ। ଆସନ୍ତାବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଏହା ରିଲିଜ୍ ହେବ। ଏହି ଦିନ ହିଁ ଅଭିନନ୍ଦନଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଥିଲା। ସେଥିପାଇଁ ଏହି ଦିନ ଫିଲ୍ମଟିକୁ ରିଲିଜ୍‌ କରିବାକୁ ପାକିସ୍ତାନ ଯୋଜନା କରିଛି ବୋଲି କୁହାଯାଉଛି।

 

By amfnews

Related Post